Latest Odisha News

BREAKING NEWS

ଓଡିଶାକୁ ମାଡି ଆସୁଛି ବାତ୍ୟା , ଚିନ୍ତାରେ ଚାଷୀକୁଳ

ଭଦ୍ରକ : ଚାଷୀକୁ ଏବେ ବାତ୍ୟା ଭୟ ଘାରିଛି । ଓଡିଶାକୁ ମାଡି ଆସୁଛି ବାତ୍ୟା । ଆସନ୍ତା ୪ ତାରିଖରେ ଏହା ଓଡିଶା ଉପକୂଳ ଛୁଇଁବ । ଓଡିଶା ଉପକୂଳ ୯ ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।  ବର୍ଷା ହେବା ଆଶଙ୍କାରେ ଭଦ୍ରକ ଜିଲ୍ଲାରେ ପାଚିଲା ଧାନକ୍ଷେତ ଉଜୁଡି ଯିବା ଆଶଙ୍କା ଦେଖାଦେଇଛିା ଚାଷୀ ମାନେ ଡିସେମ୍ବର ମାସ ବେଳକୁ ଧାନ ଅମଳ କରନ୍ତି । ହେଲେ ଏବେ ଡିସେମ୍ବର ମାସରେ ବାତ୍ୟା ଆସୁଥିବାରୁ ସୁନାର ଫସଲ ଉଜୁଡିଯିବା ଚିନ୍ତା ଚାଷୀଙ୍କୁ ଘାରିଛି ।

ପୂର୍ବରୁ ରୋକ ପୋକ ଚିନ୍ତା ବଢାଉଥିବା ବେଳେ ଏବେ ବାତ୍ୟା ଚିନ୍ତା । ଏସଆରସିଙ୍କ ନିର୍ଦ୍ଦେଶ ପରେ ଜିଲ୍ଲାପାଳ ଏବେ ତତ୍ପରତା ଦେଖାଇଛନ୍ତି । ଧାନ ଅମଳକୁ ଶୀଘ୍ର କାଟି ସୁରକ୍ଷିତ ସ୍ଥାନରେ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବର୍ଷା ଛାଡି ଯିବା ପରେ ଜଳ ନିଷ୍କାସନ ପାଇଁ ବ୍ୟବସ୍ଥା କରିବା ସହ ଧାନ ପନିପରିବା ଫସଲକୁ ରକ୍ଷା କରିବା ପାଇଁ ଚାଷୀଙ୍କୁ ଉପଦେଶ ଦିଆଯାଇଛି ବୋଲି ଭଦ୍ରକ ଜିଲ୍ଲାପାଳ କହିଛନ୍ତି ।

Leave A Reply

Your email address will not be published.