Latest Odisha News

BREAKING NEWS

ମାଷ୍ଟରକ୍ୟାଣ୍ଟିନରେ ଆତ୍ମାହୂତି ଉଦ୍ୟମ କଲେ ଦୁଇ ଜଣ ଏଏନଏମ୍

ଭୁବନେଶ୍ୱର: ରାଜଧାନୀରେ ଧାରଣା ଚଳାଇଥିବା ଏଏନଏମଙ୍କ ମଧ୍ୟରୁ ଆଜି ଦୁଇ ଜଣ ଆତ୍ମାହୂତି ଉଦ୍ୟମ କରିଥିଲେ । ମାଷ୍ଟରକ୍ୟାଣ୍ଟିନ ନିକଟରେ ଦେହରେ କିରାସିନି ଢ଼ାଳି ସେମାନେ ଆତ୍ମାହୂତି ଉଦ୍ୟମ କରୁଥିଲେ । ଏତିକିବେଳେ ଅନ୍ୟ ସହଯୋଗୀ ସେମାନଙ୍କୁ ଉଦ୍ଧାର କରିଥିଲେ ।

ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ପୋଲିସ । ଦୁଇ ଏଏନଏମଙ୍କୁ ଉଦ୍ଧାର କରି ପୋଲିସ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଛି । ସେମାନେ ଅଭିଯୋଗ କରିଛନ୍ତି, ୧୮-୨୦ ଦିନ ହେବ ସ୍ଥାୟୀ ନିଯୁକ୍ତି ଦାବିରେ ଏଏନଏମମାନେ ଧାରଣାରେ ବସିଛନ୍ତି ।

ଦିନ ରାତି ଧାରଣା ଦେଉଛନ୍ତି ଶହ ଶହ ଏଏନଏମ୍ । କିନ୍ତୁ ସରକାର ସେମାନଙ୍କ ପ୍ରତି କର୍ଣ୍ଣପାତ କରୁ ନାହାନ୍ତି । ଆଗକୁ ସରକାର ସେମାନଙ୍କର ଦାବି ପୂରଣ ନକଲେ ଆସନ୍ତା ୧୮ ତାରିଖରେ ସମୂହ ଆତ୍ମାହୂତି ଦେବେ ବୋଲି ଆନ୍ଦୋଳନକାରୀ ଚେତେଇ ଦେଇଛନ୍ତି ।

Leave A Reply

Your email address will not be published.