କେନ୍ଦୁଝର: ନକଲି ସିମ୍ ବିକ୍ରି ଅଭିଯୋଗରେ ଦୁଇ ଜଣଙ୍କୁ ବନ୍ଧିଲା ପୋଲିସ। ଗିରଫ ଦୁଇଜଣ ହେଲେ ପାଟଣା ଥାନା ସାହାରପଡ଼ା ବ୍ଲକର ସାହାରପଡ଼ା ପ୍ରଧାନ ସାହି ଅଞ୍ଚଳର ଧୀରଜ ମହାନ୍ତ ଓ କପୁଣ୍ଡି ଗ୍ରାମର ଲଳିତ କୁମାର ମହାନ୍ତ।
ସୂଚନା ଅନୁଯାୟୀ ଧୀରଜଙ୍କର ପାଟଣା ବଜାର ଓ ସାହାରପଡ଼ା ବଜାରରେ ମୋବାଇଲ ଦୋକାନ ଥିବାବେଳେ ଉଭୟ ଶତାଧିକ ସିମ୍ କାର୍ଡକୁ ବିଭିନ୍ନ ଲୋକଙ୍କ ନାମରେ କରାଇ ବାହାର ରାଜ୍ୟକୁ ପଠାଇଥିବା ଜଣାପଡିଛି। ଦିଲ୍ଲୀ ସାଇବର ଅପରାଧ ଶାଖା ପକ୍ଷରୁ ସୂଚନା ଆସିବା ପରେ ୪ ଦିନ ହେବ ସାଇବର ପୋଲିସ ପାଟଣା ଅଞ୍ଚଳରେ ନକଲି ସିମ୍ ବିକ୍ରି କରିଥିବା ଅଭିଯୋଗରେ ତନାଘନା ଚଳାଇ ଥିଲେ।
ଅଭିଯୋଗ ଆଧାରରେ ୩ ଜଣରୁ ଅଧିକ ଯୁବକଙ୍କୁ ନେଇ ପଚରା ଉଚୁରା ଚଳାଇଥିଲା। ଗୁରବାର ଦିନ ୨ ଜଣଙ୍କୁ ସାଇବର ପୋଲିସ ଦ୍ୱାରା ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ପ୍ରତୀଶ ମହାପାତ୍ର ସୂଚନା ଦେଇଛନ୍ତି। ଉକ୍ତ ଏଜେଣ୍ଟ ରାଜ୍ୟ ଓ ରାଜ୍ୟ ବାହାରେ ଶତାଧିକ ନକଲି ସିମ୍ ବିକ୍ରି କରୁଥିବା ଜଣାପଡିଛି। ଏହି ନକଲି ସିମ୍କୁ ବ୍ୟବହାର କରି ଅପରାଧିକ କାର୍ଯ୍ୟ ଚାଲିଥିବା ସୂଚନା ମିଳିଛି।
Comments are closed.