ଭୁବନେଶ୍ବର: ମେଡ଼ିକାଲ କଲେଜରେ ନାମ ଲେଖାଇବାକୁ କହି ଠକେଇ । ମେଡ଼ିକାଲ କଲେଜରେ ନାମ ଲେଖାଇବାକୁ କହି ଠକେଇ ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରିଛି ଇନଫୋସିଟଇ ଥାନା ପୋଲିସ । କଲେଜରେ ନାମ ଲେଖାଇବାକୁ କହି ଧରାଛୁଆଁ ଦେଇ ନଥିଲେ। ଏହାପରେ ବାଧ୍ୟ ହୋଇ ଛାତ୍ରୀଜଣକ ଏନେଇ ଇନଫୋସିଟି ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଘଟଣାର ତଦନ୍ତ କରି ଉଭୟ ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇଛି।
ଅଭିଯୁକ୍ତ ମାନେ ହେଲେ ଅଭିମନ୍ୟୁ କୁମାର ସିଂ ଓ ସୁଗତ ଚୌଧୁରୀ । ୩୨ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ସେମାନଙ୍କୁ ଗିରଫ କରାଯାଇଛି । ସେମାନଙ୍କ ଠାରୁ ୧୦ ଲକ୍ଷରୁ ଅଧିକ ଟଙ୍କା ଜବତ କରିବାରେ ସଫଳ ହୋଇଛି ପୋଲିସ ।
ଜଣଙ୍କୁ କଲିକତା ଓ ଅନ୍ୟ ଜଣଙ୍କୁ ପାଟଣା ରେଳ ଷ୍ଟେସନରୁ ଗିରଫ କରିଛି ଇନଫୋସିଟି ଥାନା ପୋଲିସ । ସେମାନଙ୍କ ଠାରୁ ୨ଟି ଲାପଟପ୍, ୮ଟି ମୋବାଇଲ ଓ ଗୋଟିଏ ଜାଲ ଆଧାରକାର୍ଡ଼ ଜବତ କରାଯାଇଛି । କର୍ଣ୍ଣାଟକ, ବିହାର, ଛତିଶଗଡ଼ ଓ କଲିକତା ଭଳି ବିଭିନ୍ନ ରାଜ୍ୟରେ ଏଭଳି ଠକେଇ କରୁଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ।
ବିଭିନ୍ନ ହସ୍ପିଟାଲରେ ଡାକ୍ତର ଥିବା କହି ମେଡ଼ିକାଲ କଲେଜ ଛାତ୍ରଛାତ୍ରୀଙ୍କୁ ଠକୁଥିଲେ ଏହି ଠକ । ଇନଫୋସିଟି ଥାନାରେ ଗତ ୫ ତାରିଖରେ ଜଣେ ଯୁବତୀଙ୍କ ଅଭିଯୋଗ ଆଧାରରେ ପୋଲିସ ତଦନ୍ତ କରୁଥିଲା । ଏହି ଦୁଇ ଜଣ ଠକ ସେମାନଙ୍କ ନାଁ ବଦଳାଇ ଜାଲ ପରିଚୟ ପତ୍ର ତିଆରି ବିଭିନ୍ନ ରାଜ୍ୟ ବୁଲି ଠକେଇ କରୁଥିବା ଜଣାପଡ଼ିଛି ।
Comments are closed.