Latest Odisha News

ରୁଷକୁ ବିରୋଧ: କାନ୍ସ ଫିଲ୍ମ ଫେଷ୍ଟିଭାଲରେ ମହିଳାଙ୍କ ଅଭିନବ ପ୍ରତିବାଦ

ମସ୍କୋ:ରୁଷକୁ ବିରୋଧ କରି କାନ୍ସ ଫିଲ୍ମ ଫେଷ୍ଟିଭାଲରେ ୟୁକ୍ରେନର ଜଣେ ମହିଳା ଅଭିନବ ଢ଼ଙ୍ଗରେ ପ୍ରତିବାଦ କରିଛନ୍ତି । ଉକ୍ତ ମହିଳାଜଣଙ୍କ ସମ୍ପୂର୍ଣ୍ଣ ଶରୀରରେ ୟୁକ୍ରେନ ପତାକା ଚିତ୍ରରେ ନିଜକୁ ରଙ୍ଗେଇ ସେଠାରେ ପଂହଚିଥିଲେ । ତେବେ ରେଡ କାର୍ପେଟ ଆଡକୁ ଯିବା ପୂର୍ବରୁ ସୁରକ୍ଷାକର୍ମୀମାନେ ତାଙ୍କୁ ଅଟକାଇ ଦେଇଥିଲେ । ରୁଷ ସେନା ୟୁକ୍ରେନର ଯେଉଁ ଅଂଚଳକୁ କବଜା କରିଛନ୍ତି ସେଠାରେ ଅଶୋଭନୀୟ ବ୍ୟବହାର ପ୍ରଦର୍ଶନ କରୁଛନ୍ତି । ଏପରିକି ସେମାନେ ମହିଳାମାନଙ୍କୁ ଦୁଷ୍କର୍ମ କରିବାକୁ ପଛାଉ ନାହାନ୍ତି । ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିବା ପାଇଁ ମହିଳାଜଣଙ୍କ ଏ ଭଳି ପଦକ୍ଷେପ ଗ୍ରହଣ କରିଥିଲେ ।

ରୁଷ ବିରୋଧରେ ୟୁରୋପର ବିଭିନ୍ନ ଦେଶରେ ଥିବା ୟୁକ୍ରେନବାସୀ ବିରୋଧ କରିବା ଆରମ୍ଭ କରିଛନ୍ତି । ସୂଚନାଯୋଗ୍ୟ, ୩ ମାସ ପାଖାପାଖି ହେବ ରୁଷ ବଳପୂର୍ବକ ୟୁକ୍ରେନକୁ ଦଖଲ କରିବାକୁ ଚାହୁଁଥିଲେ ମଧ୍ୟ ସଫଳ ହୋଇପାରି ନାହିଁ ।

Leave A Reply

Your email address will not be published.