ଭୁବନେଶ୍ୱର: ରାଜଧାନୀରେ ଅବକାରୀ ବିଭାଗର ବଡ଼ ଆକ୍ସନ। ଅପରାହ୍ନରୁ ରାତି ପର୍ଯ୍ୟନ୍ତ ବାରରେ ଚାଲିଲା ଚଢ଼ଉ। ଶେଷରେ ସିଲ୍ ହେଲା ଦୁଇଟି ବାର୍। ଶନିବାର ଅବକାରୀ ସ୍କ୍ୱାଡ ରାଜଧାନୀର ବିଭିନ୍ନ ବାରରେ ଚଢାଉ କରିଥିଲା। ବାରଗାର୍ଲଙ୍କୁ ନଚାଉଥିବା ଅଭିଯୋଗରେ ଏହି ଚଢାଉ କରାଯାଇଥିଲା।
ଚଢାଉ ବେଳେ ବାରଗାର୍ଲ ନାଚୁଥିବାର ପ୍ରମାଣ ମିଳିବାରୁ ଦୁଇ ବାରରେ ଅବକାରୀ ବିଭାଗ ତାଲା ଠୁଙ୍କିଥିବା ଜଣାପଡିଛି । ସରକାର ଓ ପ୍ରଶାସନର ନିୟମ ନମାନିବାରୁ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଆଗକୁ ମଧ୍ୟ ଆହୁରି ଜୋରଦାର ଚଢାଉ ଅବକାରୀ ଅଧିକାରୀ ସୂଚନା ଦେଇଛନ୍ତି। ତେବେ ବାର୍ବି ଏବଂ ଏମ୍ବିଆନ୍ସ ବାର୍ ସିଲ୍ କଲେ ଡେପୁଟି ସୁପରିଟେଣ୍ଡେଣ୍ଟ। ବାର୍ରେ ଲେଡୀ ପର୍ଫରମର୍ ରଖିଥିବାରୁ ଚଢଉ କରାଯାଇଥିଲା।
ସୂଚନା ଅନୁସାରେ ବାର୍ରେ କେବଳ ଗୀତ ଗାଇବାକୁ ଅନୁମତି ମିଳିଛି । ନାଚକୁ ସଂପୂର୍ଣ୍ଣ ବ୍ୟାନ କରିଥିଲା ଅବକାରୀ ବିଭାଗ। ଏହି ଗାଇଡଲାଇନକୁ ଉଲ୍ଲଂଘନ କଲେ କଡା ଆକ୍ସନ ଚେତାଇ ଦେଇଥିଲା ଅବକାରୀ ବିଭାଗ। ଏପରିକି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଥିଲେ ଯେ ଯେଉଁମାନେ ଗାଇଡଲାଇନ ଉଲଂଘନ କରିବେ ସେମାନଙ୍କ ଲାଇସେନ୍ସ ସରକାର ରଦ୍ଦ କରିବେ। ପୂର୍ବରୁ ପେଣ୍ଟାଗନ ଓ ଏକାମ୍ର ବାରକୁ ମଧ୍ୟ ସମାନ ଅଭିଯୋଗରେ ସିଲ୍ କରିଥିଲା ଅବକାରୀ ବିଭାଗ ।
Comments are closed.