Latest Odisha News

BREAKING NEWS

ଡିସେମ୍ବରରେ ନିର୍ବାଚନ: ଗୁଜରାଟ କଂଗ୍ରେସର ଦୁଇ ବଡ ନେତା ଦେଲେ ଇସ୍ତଫା

ଅହମଦାବାଦ: ଗୁଜରାଟ କଂଗ୍ରେସକୁ ଝଟକା। ଡିସେମ୍ବରରେ ବିଧାନସଭା ନିର୍ବାଚନ ରହିଛି । ଏହା ପୂର୍ବରୁ ଦଳର ସମସ୍ତ ପଦରୁ ଇସ୍ତଫା ଦେଲେ ଦୁଇ ବରିଷ୍ଠ ନେତା ରାଜୁ ପରମାର ଏବଂ ନରେଶଭାଇ ରାଓ୍ୱଲ । ଅଗଷ୍ଟ ୧୭ରେ ଉଭୟ ଶାସକ ଦଳ ବିଜେପିରେ ସାମିଲ ହେବେ ବୋଲି ମିଳିଛି ସୂଚନା ।

ନରେଶ ରାଓ୍ୱଲ ଗୁଜରାଟର ପୂର୍ବତନ ଗୃହମନ୍ତ୍ରୀ ସହିତ ବିରୋଧୀ ଦଳର ନେତା ଥିଲେ। ଦୀର୍ଘ ୪୦ ବର୍ଷ ଧରି ସେ କଂଗ୍ରେସ ସହ ଜଡିତ ଥିଲେ। ୨୦୦୨ ଦଙ୍ଗା ବେଳେ ବିରୋଧୀ ଦଳର ନେତୃତ୍ୱ ନେଇଥିଲେ। ସେ ଇସ୍ତଫା ବାବଦରେ ସୂଚନା ଦେଇଛନ୍ତି । ସକାଳେ ସେ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ତାଙ୍କ ଇସ୍ତଫା ପତ୍ର ପଠାଇ ଦେଇଥିବା କହିଛନ୍ତି। କିନ୍ତୁ କେଉଁ କାରଣ ପାଇଁ ସେ ଦୀର୍ଘ ବର୍ଷ ସହିତ ଯେଉଁ ଦଳରେ ଥିଲେ ସେଥିରୁ ଇସ୍ତଫା ଦେବାକୁ ଚିନ୍ତା କଲେ ସେ ନେଇ କିଛି କହି ନାହାନ୍ତି। ଆଗାମୀ ଦିନରେ ସାମ୍ବାଦିକ ସମ୍ମିଳନୀ କରି ସମସ୍ତ କଥା କହିବେ ବୋଲି ସେ କହିଛନ୍ତି। ଅଗଷ୍ଟ ୧୭ରେ ଏକ ଜନସଭାରେ ନରେଶଭାଇ ବିଜେପିରେ ସାମିଲ ହେବେ ବୋଲି ଜଣାପଡିଛି।

ସେହିପରି ଅନ୍ୟତମ ନେତା ରାଜୁ ପରମାର ଜଣେ ଦଳିତ ନେତା । ସେ ଗୁଜରାଟ କଂଗ୍ରେସର ଦଳିତଙ୍କ ଚେହେରା ଥିଲେ। ହେଲେ ସେ ମଧ୍ୟ ଇସ୍ତଫା ଦେଉଛନ୍ତି ବୋଲି କହିଛନ୍ତି। ଆଗାମୀ ଦୁଇ ଦିନ ମଧ୍ୟରେ ସେ ଇସ୍ତଫା ଦେବେ ବୋଲି ମିଡିଆକୁ କହିଛନ୍ତି। ଇସ୍ତଫା ଦେବାର କାରଣ କିଛି କହିନଥିଲେ ବି ସେ ବିଜେପିରେ ସାମିଲ ହେବାକୁ ଯାଉଛନ୍ତି ବୋଲି କହିଛନ୍ତି।

 

Comments are closed.