Latest Odisha News

BREAKING NEWS

କୁଆଡ଼େ ଗଲେ ରମାଦେବୀ ବିଶ୍ୱବିଦ୍ୟାଳୟର ୨ ଦୃଷ୍ଟିହୀନ ଛାତ୍ରୀ ? ଖୋଜୁଛି ପୋଲିସ

ଭୁବନେଶ୍ୱର: ରମାଦେବୀ ବିଶ୍ୱବିଦ୍ୟାଳୟର ୨ ଦୃଷ୍ଟିହୀନ ଛାତ୍ରୀ ନିଖୋଜ । ୨୪ ଘଣ୍ଟା ପରେ ବି ସେମାନଙ୍କର କୌଣସି ପତ୍ତା ମିଳୁନି । କୁଆଡ଼େ ଗଲେ ଓ କେଉଁଠି ଅଛନ୍ତି ସେନେଇ କୌଣସି ସୂଚନା ଏଯାଏ ପାଇନି ପୋଲିସ । ଖୋଳତାଡ କରୁଛି ସହିଦନଗର ଥାନା ପୋଲିସ । ପୋଲିସ ଜଣେ ଛାତ୍ରୀଙ୍କ ହଷ୍ଟେଲ ରୁମରୁ ଚିଠି ଓ ଆଉ ଜଣେ ଛାତ୍ରୀଙ୍କ ଘରୁ ଭଏସ୍ ରେକର୍ଡିଂ ଥିବା ମେମୋରୀ ଚିପ୍ ପାଇଛି ।

ଚିଠିରେ ଜଣେ ଛାତ୍ରୀ ସେ ବାହାରକୁ ଚାଲି ଯାଇଥିବା କଥା ଲେଖିଛନ୍ତି । ସେହିପରି ଅନ୍ୟ ଛାତ୍ରୀ ଜଣଙ୍କ ଭଏସ ରେକର୍ଡିଂରୁ ସେ ବାହାରକୁ ଚାଲିଯାଇଥିବା କଥା ଉଲ୍ଲେଖ କରିଛନ୍ତି । ସୋମବାର କଲେଜରେ କ୍ଲାସ ସାରିବା ପରେ ଦୁହେଁ ଆଉ ଫେରି ନାହାନ୍ତି । ଘରେ ରହୁଥିବା ଛାତ୍ରୀ ଘରକୁ କି ହଷ୍ଟେଲରେ ରହୁଥିବା ଛାତ୍ରୀ ହଷ୍ଟେଲ ଫେରି ନଥିଲେ ।

ବହୁ ଖୋଜାଖୋଜି ପରେ ବି ସେମାନଙ୍କର କୌଣସି ସନ୍ଧାନ ମିଳି ନଥିଲା । ଏନେଇ ଦୁଇ ଛାତ୍ରୀଙ୍କର ପରିବାର ଲୋକଙ୍କ ଅଭିଯୋଗ ପରେ ତଦନ୍ତ ଚଳାଇଛି ସହିଦନଗର ଥାନା ପୋଲିସ । ମିଳିଥିବା ହାତଲେଖା ଚିଠି ଓ ମେମୋରୀ ଚିପକୁ ଜବତ କରି ତନାଘନା ଜାରି ରଖିଛି ପୋଲିସ ।

Comments are closed, but trackbacks and pingbacks are open.