Latest Odisha News

BREAKING NEWS

ପୁଣି ନନ୍ଦନକାନନରେ ପଶିଲେ ଜଙ୍ଗଲୀ ହାତୀ, ବାହାର କରିବାକୁ କସରତ

ଭୁବନେଶ୍ୱର: ନନ୍ଦନକାନନରେ ପୁଣି ପଶିଲେ ଜଙ୍ଗଲୀ ହାତୀ । ଆଜି ଦୁଇଟି ହାତୀ ଚିଡିଆଖାନା ଭିତରେ ପ୍ରବେଶ କରିଛନ୍ତି । ସେମାନେ ଏବେ ବାଘ ସଫାରୀ ପଛ ପଟ ଜଙ୍ଗଲରେ ଥିବା ଜଣାପଡ଼ିଛି । ହାତୀଙ୍କୁ ବାହାର କରିବା ପାଇଁ ଲାଗିଛନ୍ତି ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ ।

ଗତ ୮ ତାରିଖରେ ନନ୍ଦନକାନନରେ ଦୁଇଟି ଜଙ୍ଗଲୀ ହାତୀ ପଶିଥିଲେ । ଜିରାଫ ଖୁଆଡ଼ ପଛ ପାଖରେ ବହୁ ସମୟ ଧରି ରହିଥିଲେ ହାତୀ । ଏଥିପାଇଁ କିଛି ସମୟ ପାଇଁ ପର୍ୟ୍ୟଟକଙ୍କ ପାଇଁ ବନ୍ଦ ହୋଇଥିଲା ନନ୍ଦନକାନନ ।

ସେମାନଙ୍କୁ ଘଉଡ଼ାଇବା ପାଇଁ ନାକେଦମ ହେବାକୁ ପଡ଼ିଥିଲା । ଆଜି ପୁଣି ୨ଟି ଜଙ୍ଗଲୀ ହାତୀ ପଶିବା ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ଚିନ୍ତା ବଢ଼ାଇଛି । ବାରମ୍ବାର ପାଖ ଜଙ୍ଗଲରୁ ନନ୍ଦନକାନନ ଭିତରକୁ ଜଙ୍ଗଲୀ ହାତୀ ପଶି ଯାଉଛନ୍ତି ।

Comments are closed, but trackbacks and pingbacks are open.