ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ରାମଗିରି ଅଞ୍ଚଳରେ ସାମ୍ନାକୁ ଆସିଛି ଏକ ଦୁଃଖଦ ଘଟଣା। ରାମଗିରି ନିକଟ ତୁଳସୀନଗରରେ ରବିବାର ଛତୁଆ ଖାଇ ୨ ଜଣ ଶିଶୁକନ୍ୟାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏଥିସହିତ ପରିବାରର ଅନ୍ୟ ୨ ଜଣ ଗୁରୁତର ଅଛନ୍ତି। ମୃତକମାନଙ୍କର ବୟସ ୫ ବର୍ଷ ଓ ୩ ବର୍ଷ ହୋଇଥିବା ବେଳେ ସେମାନଙ୍କର ପରିଚୟ ମିଳିପାରି ନାହିଁ।
ଅଭିଯୋଗ ଅନୁସାରେ ରାମଗିରି ନିକଟ ତୁଳସୀନଗରରେ ଏକ ପରିବାରର ଲୋକେ ଅଙ୍ଗନବାଡ଼ି ଛତୁଆ ଖାଇଥିଲେ। ଛତୁଆ ଖାଇଲା ପରେ ସେମାନେ ଅସୁସ୍ଥ ହୋଇପଡିଥିଲେ। ସେମାନଙ୍କୁ ଗୁରୁତର ଅବସ୍ଥାରେ ରାମଗିରି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଡାକ୍ତର ୨ ଶିଶୁକନ୍ୟାଙ୍କୁ ମୃତ ଘୋଷଣା କରିଥିଲେ। ପରିବାରର ଅନ୍ୟ ୨ ଜଣଙ୍କର ଚିକିତ୍ସା ଜାରି ରହିଛି।
ପୋଲିସ ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି। ତେବେ ଶିଶୁକନ୍ୟାଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ି ନାହିଁ।
Comments are closed.