ନବରଙ୍ଗପୁର: ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଘର ଭିତରେ ପଶିଗଲା ପିକଅପ୍ ଭ୍ୟାନ୍ । ନିଆଁ ପୁଇଁ ହେଉଥିବା ବେଳେ ଲୋକଙ୍କ ଉପରେ ମାଡ଼ିଗଲା । ଏଥିରେ ଦୁଇ ଜଣଙ୍କ ଶିଶୁଙ୍କର ମୃତ୍ୟୁ ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଝରାବାହାଲ ଗାଁରେ ।
ଦୁର୍ଘଟଣାରେ ଆହତ ହୋଇଛନ୍ତି ଆଉ ୪ ଜଣ । ସେମାନଙ୍କ ମଧ୍ୟରେ ଛୋଟ ପିଲା ଅଛନ୍ତି । ଆଜି ସକାଳେ ସମସ୍ତେ ଘର ବାରଣ୍ଡା ନିକଟରେ ନିଆଁ ପୁଇଁ ହେଉଥିଲେ । ଏତିକିବେଳେ ପିକ୍ଅପ୍ ଭ୍ୟାନ୍ଟି ଘର ଭିତରକୁ ମାଡ଼ି ଆସିଥିଲା।
Comments are closed.