Latest Odisha News

BREAKING NEWS

ବିଗ ବସ୍ ଓଟିଟି-୨ରୁ ବିଦା ହେବେ ଦୁଇ ପ୍ରତିଯୋଗୀ

ମୁମ୍ବାଇ: ଛୋଟ ପରଦାର ସବୁଠୁ ଲୋକପ୍ରିୟ ରିଅଲିଟି ଶୋ ହେଉଛି ‘ବିଗ୍‌ବସ୍‌’ । ଏହା ଟିଭି ପରଦାରେ ହେଉ ବା ଓଟିଟିରେ ସବୁଠି ବିଗ୍‌ବସ୍ ଦର୍ଶକଙ୍କୁ ମନୋରଞ୍ଜନ ଯୋଗାଉଛି । ଏହି ବିବାଦୀୟ ଶୋକୁ ଲୋକେ ଖୁବ୍ ପସନ୍ଦ କରୁଛନ୍ତି । ଏବେ ‘ବିଗ ବସ୍ ଓଟିଟି-୨’ରୁ ଏହି ସପ୍ତାହରେ ଡ଼ବଲ ଆଉଟ୍ ହେବାକୁ ଯାଉଛନ୍ତି । ଏବେ ଶୋରୁ କିଏ ବିଦା ହେବେ ସେନେଇ ଚର୍ଚ୍ଚା ଜୋର ଧରିଛି ।

‘ବିଗ ବସ୍ ଓଟିଟି-୨’ ରେ ପ୍ରତ୍ୟେକ ଦିନ ଘଟୁଥିବା ହାଇ ଭୋଲଟେଜ୍ ଡ୍ରାମା ଦର୍ଶକଙ୍କ ପାଇଁ ଅଧିକ ଆକର୍ଷଣୀୟ ହେଉଛି । ସଲମାନ ଖାନ୍‌ଙ୍କ ଶୋ’ର ଏହି ସପ୍ତାହରେ ଡବଲ ଆଉଟ୍ ହେବେ । ନିକଟରେ ଆଶିକା ଭାଟିଆଙ୍କୁ ଘରୁ ବାହାର କରିଦିଆଯାଇଥିବା ଜଣାଯାଇଛି । ଏହି ସପ୍ତାହରେ ଫାଲକ ନାଜ ଏବଂ ଜାଦ ହାଦିଦଙ୍କୁ ଶୋ’ରୁ ବାହାରିବାକୁ ପଡ଼ିବ ।

ସୋସିଆଲ ମିଡିଆରେ ଏହା ଭାଇରାଲ ହେବା ପରେ ଏହାକୁ ନେଇ ଅନେକ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଅନେକ ଲେଖିଛନ୍ତି, ଶେଷରେ ଭଲ ଖବର ମିଳିଲା । ବିଗବସ୍ ଘରେ ଆଉ ବୋରିଂ ହେବ ନାହିଁ । ଆଉ କିଛି ଲେଖିଛନ୍ତି ଆମେ ବହୁତ ଖୁସି ।

Comments are closed.