Latest Odisha News

BREAKING NEWS

ଆସ୍କା: ପୋଲିସ ଏନକାଉଣ୍ଟରରେ ୨ ଅପରାଧୀ ଆହତ

ଆସ୍କା : ଗଞ୍ଜାମ ଜିଲ୍ଲା ଆସ୍କା ଅଞ୍ଚଳରେ ସୋମବାର ଦିନ ପୋଲିସ ଏନକାଉଣ୍ଟରରେ ୨ ଅପରାଧି ଆହତ ହୋଇଛନ୍ତି ।

ଏହି ୨ ଜଣ ଅପରାଧି ସୁନୀଲ ଜେନା ଓ କୃର୍ଷ୍ଣ ଜେନା ବୋଲି ଜଣାପଡିଛି ଏବଂ ଦୁହିଁଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ ବ୍ରହ୍ମପୁରର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି ।

ମିଳିଥିବା ସୂଚନାନୁଯାୟୀ ଗଞ୍ଜାମ ଜିଲ୍ଲା ଆସ୍କା ଥାନା ଅନ୍ତର୍ଗତ ପଲିମାଳ ଠାରେ ୨ ଅପରାଧି ରହିଥିବାର କୌଣସି ସୂତ୍ରରୁ ଖବର ପାଇ ଆସ୍କା ପୋଲିସ ସେମାନଙ୍କୁ ଧରିବା ପାଇଁ ସମ୍ପୃକ୍ତ ଅଞ୍ଚଳରେ ରେଡ୍ ଆରମ୍ଭ କରିଥିଲା ।

ଏହି ସମୟରେ ପୋଲିସ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା ବେଳେ ଅଭିଯୁକ୍ତ ଦ୍ୱୟ ପୋଲିସ ଉପରକୁ ଗୁଳି ଚଳାଇ ଖସିଯିବାକୁ ଉଦ୍ୟମ କରିଥିଲେ। ଏହାର ପାଲଟା ଜବାବରେ ପୋଲିସର ଗୁଳି ଚଳାଇବାରୁ ଦୁଇ ଅଭିଯକ୍ତଙ୍କ ଦେହରେ ଗୁଳି ବାଜିବାରୁ ଆହତ ହୋଇଥିବା ନେଇ ଜଣାପଡିଛି ।

ଅନ୍ୟପକ୍ଷରେ ପୋଲିସ ଅପରାଧିଙ୍କ ଠାରୁ ୨ଟି ଦେଶୀ ବନ୍ଧୁକ, ୫ଟି ଗୁଳି ଓ ୨ଟି ମୋଟର ସାଇକେଲ ଜବତ କରିଛି ।

Leave A Reply

Your email address will not be published.