Latest Odisha News

BREAKING NEWS

ଅଷ୍ଟ୍ରେଲିଆ ମାଟିରେ ସିରିଜ୍ ଜିତି ଇତିହାସ ରଚିଲା ବିରାଟ ବାହିନୀ

ସିଡ଼ନୀ: ବିରାଟ କୋହଲୀଙ୍କ ଅଧିନାୟକତ୍ୱରେ ଭାରତୀୟ କ୍ରିକେଟ ଦଳ ୧୯୪୭ ପରଠାରୁ ପ୍ରଥମ ଥର ଲାଗି ଅଷ୍ଟ୍ରେଲିଆକୁ ନିଜ ମାଟିରେ ପରାସ୍ତ କରି ଐତିହାସିକ ଶୃଙ୍ଖଳା ଜିତି ପାରିଛି । ସ୍ଥାନୀୟ ସିଡ଼ନୀ କ୍ରିକେଟ୍ ଗ୍ରାଉଣ୍ଟରେ ଖେଳାଯାଉଥିବା ବର୍ଷା ବାଧାପ୍ରାପ୍ତ ୪ର୍ଥ ତଥା ଚୂଡ଼ାନ୍ତ ଟେଷ୍ଟ ମ୍ୟାଚ ଅମିମାଂସିତ ରହିଥିଲେ ମଧ୍ୟ ଭାରତ ୨-୧ ବ୍ୟବଧାନରେ ସିରିଜ୍ ହାତେଇ ନେଇ ବୋର୍ଡ଼ର୍ – ଗାଭାସ୍କର ଟ୍ରଫି ହାସଲ କରିଛି ଶକ୍ତିଶାଳୀ ବିରାଟ ବାହିନୀ ।

ଅନ୍ତିମ ସ୍କୋର ବୋର୍ଡ଼
ଭାରତ – ୬୨୨/୭ (ପାଳି ଘୋଷଣା)
ଅଷ୍ଟ୍ରେଲିଆ – ୩୦୦ ଏବଂ ୬/୦ (୪ ଓଭର)

ଭାରତ ୧୯୪୭ ପରଠାରୁ ଅଷ୍ଟ୍ରେଲିଆ ମାଟିରେ ୧ମ ଟେଷ୍ଟ ଶୃଙ୍ଖଳା ଜିତିବାକୁ ସକ୍ଷମ ହୋଇଛି । ଏହି ଶୃଙ୍ଖଳାର ୧ମ ଆଡ଼ିଲେଡ଼ ଟେଷ୍ଟ ଏବଂ ୩ୟ ମେଲବୋର୍ଣ୍ଣ ଟେଷ୍ଟରେ ବିଜୟ ହାସଲ କରି ୨-୧ରେ ଏହି ଟେଷ୍ଟ ଶୃଙ୍ଖଳା ଜିତିପାରିଛି ।

ତେବେ ଭାରତ ଏହି ବୋର୍ଡ଼ର୍ – ଗାଭାସ୍କର ଟ୍ରଫି ଶୃଙ୍ଖଳାର ୨ୟ ଟେଷ୍ଟ ଭାରତୀୟ ଟିମରେ ଖେଳାଳି ଚୟନରେ ତ୍ରୁଟି ତଥା ବାଉନିଂ ପିଚ୍ ଯୋଗୁଁ ଦଳ ପରାଜୟ ସମ୍ମୁଖୀନ ହୋଇଥିଲା ।

ଏହି ଶୃଙ୍ଖଳାରେ କପ୍ତାନ କୋହଲୀଙ୍କ ଭାରତୀୟ ଦଳ ସମ୍ମୁଖରେ ଫଲୋଅନର ସମ୍ମୁଖୀନ ହୋଇଛି ଯାହାକି ୧୯୮୬ ମସିହାରେ କପିଳ ଦେବଙ୍କ ଅଧିନାୟକତ୍ୱରେ ଦଳ ହାସଲ କରିପାରିଥିଲା ।

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ହୋଇଥିବା ଏହି ସିଡ଼ନୀ ଟେଷ୍ଟରେ ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିଲା । ଭାରତ ପ୍ରଥମ ଇନିଂସରେ ୭ ୱିକେଟ ବିନିମୟରେ ୬୨୨ ରନ କରି ପାଳି ଘୋଷଣା କରିଥିଲା । ଅଷ୍ଟ୍ରେଲିଆ ୧ମ ଇନିଂସରେ ୩୦୦ ରନ ସ୍କୋର କରି ଫଲୋଅନର ସମ୍ମୁଖୀନ ହୋଇଥିଲା । ବର୍ଷା ଯୋଗୁଁ ଅଷ୍ଟ୍ରେଲିଆ ନିଶ୍ଚିତ ପରାଜୟରୁ ମୁକୁଳି ଯାଇଥିଲା । କିନ୍ତୁ ୨-୧ରେ ଶୃଙ୍ଖଳା ହାରିଥିଲା କଂଗାରୁ ଦଳ ।

ଏହି ଟେଷ୍ଟରେ ଚେତେଶ୍ୱର ପୂଜାରା ୧୯୩ ରନ କରିବା ସହିତ ଋଷଭ ପନ୍ଥଙ୍କ ଆକର୍ଷଣୀୟ ୧୫୯ ରନ ବଳରେ ଭାରତୀୟ ଦଳ ୬୦୦ ରନର ବିଶାଳ ସ୍କୋର କରିପାରିଥିଲା । ଭାରତୀୟ ବୋଲର୍ କୁଲଦୀପ ଯାଦବ ୫ଟି ୱିକେଟ ନେଇ କଂଗାରୁ ଦଳକୁ ୩୦୦ ରନରେ ଅଟକାଇ ଦେଇଥିଲେ ।

ମ୍ୟାଚ ଶେଷରେ ଭାରତୀୟ କପ୍ତାନ ବିରାଟ କୋହଲୀ ଆଲାନ ବୋର୍ଡ଼ର ଓ ସୁନୀଲ ଗାଭାସ୍କରଙ୍କ ଉପସ୍ଥିତିରେ ଟ୍ରଫି ଗ୍ରହଣ କରିଥିଲେ । ଭାରତୀୟ ବ୍ୟାଟ୍ସମ୍ୟାନ ଚେତେଶ୍ୱର ପୂଜାରା ‘ପ୍ଲେୟାର ଅଫ ଦି ମ୍ୟାଚ’ ହେବା ସହିତ ‘ପ୍ଲେୟାର ଅଫ ଦି ସିରିଜ’ ଘୋଷିତ ହୋଇଛନ୍ତି ।

Leave A Reply

Your email address will not be published.