ଧାମରା: ଭଦ୍ରକ ଜିଲ୍ଲା ପୋଲିସ ପ୍ରଶାସନ ତରଫରୁ ଧାମରା ମେରାଇନ, ଧାମରା ଥାନା, କସିଆ ମେରାଇନ ଏବଂ ଚୁଡାମଣୀ ମେରାଇନ ଥାନା ପକ୍ଷରୁ ଏହି ସୁରକ୍ଷାଭ୍ୟାସ ଆଜି ଆରମ୍ଭ ହୋଇଛି । ଧାମରା ମାଛଧରା ଜେଟୀ, ଧାମରା ବନ୍ଦର, କାଳିନାଳୀ ଜେଟୀ, କସିଆ ମାଛଧର ଜେଟୀ ଚୁଡାମଣୀ ଜେଟୀ ଏବଂ ଚୁଡାମଣୀ ଘାଟ ଠାରେ ପୋଲିସ ପ୍ରଶାସନ ପକ୍ଷରୁ ପଇଁତରା କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଧାମରା ମେରାଇନର ଟେକନିକାଲ ଷ୍ଟାଫ୍ ଧାମରା ମେରାଇନ ଥାନାର ଜଣେ ଅଫିସରଙ୍କ ସହ ସମୁଦ୍ରରେ ପଇଁତରା କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି ।
ଏଥିରେ ଜଣେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, ୨ଜଣ ଇନ୍ସପେକ୍ଟର, ୯ଜଣ ଏଏସଆଇ, ୪୦ ଜଣ ଫୋର୍ସ ୧୪ଜଣ ସାଗର ମିତ୍ର ସାମିଲ ଥିବା ବେଳେ ୧୧ଜଣ ଟେକନିକାଲ ଷ୍ଟାଫ ଏବଂ ସମୁଦ୍ର ବିଶେଷରେ ଏକ ୧୨ଟନ ବିଶିଷ୍ଟ ସ୍ପିଡ ବୋଟ ମଧ୍ୟ ସାମିଲ ହୋଇଛି । ଏହି ତଟ ସୁରକ୍ଷା ସାଗରଭ୍ୟାସ ସାଗରକବଚ ୨ଦିନ ଧରି ଚାଲିବ ବୋଲି ବିଭାଗୀୟ ସୂତ୍ରରୁ ପ୍ରକାଶ ।
ଏହି ସମରାଭ୍ୟାସ ମାଧ୍ୟମରେ ଆତଙ୍କବାଦୀ ମାନଙ୍କୁ ସମୂଳେ ଲୋପ କରିବା ସହ ଓଡିଶାର ଉପକୂଳରେ ରହି ବହୁ ଆତଙ୍କବାଦୀ କାର୍ଯ୍ୟକ୍ରମରେ ଲିପ୍ତ ରହୁଥିବା ଆତଙ୍କବାଦୀ ମାନଙ୍କୁ ଧରିବା ହେଉଛି ଏହାର ମୂଳ ଲକ୍ଷ୍ୟ ।
ମୁମ୍ବାଇରେ ୨୦୧୧ ମସିହା ନଭେମ୍ବର ୨୬ ତାରିଖରେ ହୋଇଥିବା ଆତଙ୍କବାଦୀ କାର୍ଯ୍ୟକଳାପକୁ ପ୍ରତିହିତ କରିବାର କୌଶଳକୁ ନେଇ ଆରମ୍ଭ ହୋଇଛି ତଟ ସୁରକ୍ଷା ସାଗରଭ୍ୟାସ ସାଗର କବଚ ୦୧/୨୬ । ପଶ୍ଚିମ ବଙ୍ଗ ଏବଂ ଓଡିଶା ରାଜ୍ୟ ମିଳିତ ଉଦ୍ୟମରେ ଏହି ସାଗରଭ୍ୟାସ ଆରମ୍ଭ ହୋଇଥିଲା ।