Latest Odisha News

BREAKING NEWS

ଟ୍ରକ-ସ୍କୁଟି ମୁହାଁମୁହିଁ ଧକ୍କାରେ ଦୁଇ ଜଣଙ୍କ ମୃତ୍ୟୁ, ଟ୍ରକ ଚାଳକ ଫେରାର

ବଲାଙ୍ଗିର: ଟ୍ରକ-ସ୍କୁଟି ମୁହାଁମୁହିଁ ଧକ୍କା । ଘଟଣାସ୍ଥଳରେ ଦୁଇଜଣଙ୍କ ମୃତ୍ୟୁ ହୋଇଛି । ବଲାଙ୍ଗିର ଜିଲ୍ଲା ସନେ୍ଧକେଲା ଥାନା ଅନ୍ତର୍ଗତ ଚନ୍ଦୋତରା ଛକ ନିକଟରେ ଘଟିଛି ଏହି ଦୁର୍ଘଟଣା । ମୃତକ ଦୁଇ ଜଣ ହେଲେ ଦେଡ଼ଗାଁର କରୁଣ ଥପା ଓ ଯୁବରାଜ ଥପା ।

ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଟ୍ରକଟି ଚାନ୍ଦୋତରାରୁ ଭବାନୀପାଟଣା ଅଭିମୁଖେ ଯାଉଥିଲା । ବିପରୀତ ଦିଗରୁ ଏକ ସ୍କୁଟି ଆସୁଥିଲା । ସ୍କୁଟିରେ କରୁଣ ଓ ଯୁବରାଜ ଥପା ଆସୁଥିଲେ । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଜଣେ ଟ୍ରକ ଆଗ ଆଡ଼େ ଚାପି ହୋଇଯାଇଥିଲେ । ଅନ୍ୟ ଜଣେ କିଛି ଦୂରରେ ଛିଟିକି ପଡ଼ିଥିବା ଜଣାପଡ଼ିଛି । ଟ୍ରକ ଡ୍ରାଇଭର ଫେରାର ହୋଇଯାଇଛି ।

ସ୍ଥାନୀୟ ଲୋକେ ଦୁର୍ଘଟଣା ସମ୍ପର୍କରେ ପୋଲିସକୁ ଖବର ଦେଇଥିଲେ । ସିନେ୍ଧକେଲା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଦୁର୍ଘଟଣାଗସ୍ତ ଟ୍ରକଟି ଜବତ କରିଛି । ଏନେଇ ପୋଲିସ ଘଟଣାର ତଦନ୍ତ କରୁଛି ।

Comments are closed, but trackbacks and pingbacks are open.