ଫୁଲବାଣୀ: ହାତରେ ବନ୍ଧୁକ ଧରି ଜଙ୍ଗଲରେ ବୁଲୁଥିଲେ । ଆଜି ବେଦୀରେ ହାତ ଧରି ସାତ ଘେରା ବୁଲିଛନ୍ତି । ଦିନେ ସପ୍ନିତା ପାଟମାଝି ଓରଫ୍ ନନ୍ଦିନୀ ଏବଂ ଫୁଲବତୀ ଉଶେଣ୍ଡି ଓରଫ୍ କରୁଣା ଲାଲବାହିନୀରେ ସାମିଲ୍ ଥିଲେ । ପୋଲିସ ନିକଟରେ ଆତ୍ମସମର୍ପଣ ପରେ ସେମାନଙ୍କ ଜୀବନ ବଦଳି ଯାଇଛି ।
ସରକାରଙ୍କ ଘୋଷଣା ଅନୁସାରେ ନନ୍ଦିନୀ ଓ କରୁଣାଙ୍କୁ ଆତ୍ମସମର୍ପଣ ସୁବିଧା ସୁଯୋଗ ମିଳିଛି । ଆତ୍ମନିର୍ଭରଶୀଳ ହେବା ପାଇଁ ଦୁହିଁଙ୍କୁ ଦିଆ ଯାଇଛି ସିଲାଇ ତାଲିମ୍ । ନନ୍ଦିନୀ ଓ କରୁଣା ବିବାହ କରିଥିବା ବେଳେ କନ୍ଧମାଳ ପୋଲିସ ପକ୍ଷରୁ ଶୁଭେଚ୍ଛା ଜଣାଇବା ସହ ଅନ୍ୟ ମାଓବାଦୀଙ୍କୁ ଆତ୍ମସମର୍ପଣ ପାଇଁ ଆହ୍ୱାନ ଜଣାଇଛି ।
ନନ୍ଦିନୀ ୨୦୧୮ ମସିହାରେ ମାଓବାଦୀ ସଂଗଠନରେ ସାମିଲ୍ ହୋଇ ୨୦୧୯ରେ କନ୍ଧମାଳ ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଥିଲା । ସେହିଭଳି କରୁଣା ୨୦୦୮ରେ ମାଓବାଦୀ ସଂଗଠନରେ ସାମିଲ୍ ହୋଇ ୨୦୨୧ରେ ଡିଜିପିଙ୍କ ନିକଟରେ ଆତ୍ମସମର୍ପଣ କରି ସମାଜର ମୁଖ୍ୟ ତ୍ସୋତରେ ସାମିଲ୍ ହୋଇଥିଲେ ।
Comments are closed.