Latest Odisha News

BREAKING NEWS

କୋଏଲ ନଦୀରେ ଗାଧୋଇବା ହେଲା କାଳ: ବୁଡ଼ି ଗଲେ ୨ ସାଙ୍ଗ

ରାଉରକେଲା: ଆଜି (ରବିବାର)ବିଶ୍ରା ଥାନା ଅଧୀନ କୋଏଲ ନଦୀ କେରକେଟା ଘାଟରେ ଗାଧୋଇବା ବେଳେ ବୁଡିଯିବାରୁ ୨ଜଣ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ସେକ୍ଟର-୧୭ ବି ବ୍ଲକ ଘର ନଂ-୧୭୭ର ପ୍ରଦୀପ ତରାଇ(୧୯) ଏବଂ ସେକ୍ଟର ୮ ସି ବ୍ଲକ ଶନିମନ୍ଦିର ନିକଟରେ ରହୁଥିବା ଆଶୀର୍ବାଦ ବାରିକ(୧୯)।

ସୂଚନାନୁସାରେ, ଚାରି ଜଣ ସାଙ୍ଗ କୋଏଲ ନଦୀର କେରକେଟା ଘାଟକୁ ଗାଧୋଇବାକୁ ଯାଇଥିଲେ। ରବିବାର ଅପରାହ୍ନ ପ୍ରାୟ ୩ଟାରେ ସେମାନେ ନଦୀରେ ଗାଧୋଉଥିବାବେଳେ ଗୋଡ ଖସିଯିବାରୁ ପ୍ରଦୀପ ଓ ଆଶୀର୍ବାଦ ବୁଡ଼ି ଯାଇ ନିଖୋଜ ହୋଇ ଯାଇଥିଲେ। ଅନ୍ୟ ଦୁଇ ସାଙ୍ଗ ସେମାନଙ୍କୁ ବଞ୍ଚାଇବାକୁ ଡାକ ପକେଇଥିଲେ । ସ୍ଥାନୀୟ ଲୋକ ନଦୀରେ ପଶିବା ପୂର୍ବରୁ ଦୁହେଁ ନିଖୋଜ ହୋଇଯାଇଥିଲେ ।

ଖବରପାଇ ଅଗ୍ନିଶମ କର୍ମଚାରୀ ପହଁଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ପ୍ରାୟ ଘଂଟାଏ ପରେ ଦୁଇ ସାଙ୍ଗ ଉଦ୍ଧାର ହୋଇଥିଲେ । ଉଭୟଙ୍କୁ ଇସ୍ପାତ ଜେନେରାଲ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ୨ଜଣଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ଦୁଇ ସାଙ୍ଗଙ୍କ ପରିଚୟ ମିଳିପାରିନି । ଝିରପାଣି ପୁଲିସ ଘଟଣାର ତଦନ୍ତ ଚଳାଇଛି ।

 

Comments are closed.