Latest Odisha News

BREAKING NEWS

ଯାକଯମକରେ ନୁହେଁ କେବଳ ପରମ୍ପରା ବଞ୍ଚାଇବା ପାଇଁ ହେବ ଚାଟେଶ୍ବର ଦୋଳ ମେଳଣ 

କଟକ: କେବଳ ପରମ୍ପରା ବଞ୍ଚାଇବା ପାଇଁ ହେବ ଚାଟେଶ୍ବର ଦୋଳ ମେଳଣ । କଟକ ଜିଲ୍ଲା ସାଲେପୁର ଅନ୍ତର୍ଗତ କିଶିନାପୁର ଚାଟେଶ୍ବର ମେଳଣ ପାଇଁ ପ୍ରଶାସନିକସ୍ତରରେ ବୈଠକ ହୋଇଛି । ଏବେର କରୋନା ସ୍ଥିତିକୁ ନେଇ ବୈଠକ ହୋଇଥିବା ବେଳେ କଟକଣା ମଧ୍ୟରେ ମେଳଣ କରିବାକୁ ନିଷ୍ପତ୍ତି ହୋଇଛି ।

ସ୍ଥାନୀୟ ତହସିଲଦାର, ପୋଲିସ ପ୍ରଶାସନ ଓ ମେଳଣ କମିଟିକୁ ନେଇ ବୈଠକ ହୋଇଥିଲା । ଆଲୋଚନା ପରେ ମେଳଣ ପଡିଆ ଭିତରକୁ ୨୦୦ ଜଣଙ୍କୁ ଅନୁମତି ଦିଆଯାଇଛି । ସମସ୍ତଙ୍କୁ କୋଭିଡ ନିୟମ ମାନିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ୮ରୁ ୧୦ଜଣ ଲୋକ ବିମାନକୁ ଆଣିବା ପାଇଁ ଅନୁମତି ଦିଆଯାଇଥିବା କହିଛନ୍ତି କମିଟିର ସଭାପତି । ଉଠାଦୋକାନ ବସିବାକୁ ଅନୁମତି ଦିଆଯାଇନାହିଁ । 

Leave A Reply

Your email address will not be published.