Latest Odisha News

ଦୁଇ ହାର୍ଡକୋର୍ ମାଓବାଦୀଙ୍କ ଆତ୍ମସମର୍ପଣ

ବରଗଡ଼: ବରଗଡ଼ ଏସପି ଓ ଆଇଜିଙ୍କ ନିକଟରେ ଆତ୍ମ ସମର୍ପଣ କରିଛନ୍ତି ଦୁଇ ହାର୍ଡକୋର୍ ମାଓବାଦୀ । ତେବେ ଏସିଏମ କ୍ୟାଡରର ମାଓବାଦୀ ୩୫ ବର୍ଷୀୟା ଆମିଲା ଓରଫ୍ ପୂଜା ତାତି ଯାହାର ନାଁରେ ୪ ଲକ୍ଷ ଟଙ୍କା ପୁରସ୍କାର ରାଶି ଥିବା ବେଳେ ସେ ୨୦୧୦ ମସିହାରୁ ଗନ୍ଧମାର୍ଦ୍ଧନ ପାହାଡ଼ ଇଲାକା ବରଗଡ଼ ଓ ବଲାଙ୍ଗୀର ଜିଲ୍ଲାରେ ସକ୍ରୀୟ ରହିଥିଲା ।

ସେହିପରି ମାଓବାଦୀ ୩୧ ବର୍ଷୀୟ ରଘୁ ଓରଫ୍ ସୈତୁ ପଦମ୍ ୨୦୧୨ ମସିହାରୁ ଗନ୍ଧମାର୍ଦ୍ଧନ ପାହାଡରେ ସକ୍ରିୟ ଥିଲା । ତେବେ ଉଭୟ ମାଓବାଦୀଙ୍କ ଠାରୁ ବିପୁଳ ବନ୍ଧୁକ, ଜୀବନ୍ତ ଗୁଲି, ମାଓ ପୁସ୍ତକ ସହ ଅନ୍ୟାନ୍ୟ ମାଓ ସାମଗ୍ରୀ ଜବତ କରାଯାଇଥିବା ବେଳେ ଗନ୍ଧମାର୍ଦ୍ଧନ ପାହାଡ଼ ବରଗଡ଼ ଏସପି ଓ ଆଜିଜିଙ୍କ ଠାରେ ଆତ୍ମ ସମର୍ପଣ କରି ସମାଜର ମୁଖ୍ୟ ସ୍ରୋତକୁ ଫେରି ଆସିବା ପାଇଁ ସାଥୀ ମାଓବାଦୀ ମାନଙ୍କୁ ଅନୁରୋଧ କରିଛନ୍ତି ।

ତେବେ ଏମାନଙ୍କ ଆଜି ଆତ୍ମ ସମର୍ପଣକୁ ନେଇ ବରଗଡ଼ ଜିଲ୍ଲା ପୋଲିସ ସମ୍ମିଳନୀ କକ୍ଷରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଆଇଜି ହିମାଂଶୁ ଲାଲ । ଏହା ସହ ସେ ମାଓବାଦୀ ମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ ହୋଇ ହିଂସାର ରାସ୍ତା ଛାଡ଼ି ଦିଅନ୍ତୁ ନଚେତ୍ ସମ୍ପୂର୍ଣ୍ଣ ଭାବେ ମୂଳପୋଛ କରାଯିବ ବୋଲି କହିଛନ୍ତି ।

Comments are closed.