Latest Odisha News

BREAKING NEWS

ମାସକରେ ଦୁଇଟି ହିଟ୍ ରଣ୍ଡ ରନ୍: ଗୋଟିଏରେ ପୋଲିସର ସକ୍ରିୟତା, ଅନ୍ୟଟିରେ ସଙ୍କୋଚପଣ?

ଭୁବନେଶ୍ୱର: ରାଜଧାନୀରେ ଆଇନ୍ ଶୃଙ୍ଗଳା ଓ ବଢୁଥିବା ଅପରାଧକୁ ନିୟନ୍ତ୍ରଣ ଦାୟିତ୍ବରେ ଥିବା କମିଶନରେଟ ପୋଲିସକୁ ନେଇ ଏବେ ରାଜଧାନୀରୁ ଝାରସୁଗୁଡା ଚର୍ଚ୍ଚା। ରାଜଧାନୀରେ ମାସକ ବ୍ୟବଧାନରେ ଦୁଇ ଦୁଇଟି ହିଟ୍ ଆଣ୍ଡ ରନ୍ ମାମଲା ଘଟିଲା କିନ୍ତୁ ପୋଲିସ ଯେଉଁ ଭଳି ଭାବେ ତଦନ୍ତ କରୁଛି ତାକୁ ନେଇ ଭିନ୍ନ ମତ ପ୍ରକାଶ ପାଇଛି ଏବଂ କେଉଁଠି ନା କେଉଁଠି ପୋଲିସ ବଡ ବଡିଆଙ୍କୁ ହାତ ମାରିବାକୁ ଭୟ କରୁଛି ଏବଂ ସାଧାରଣ ଲୋକଟିର ନ୍ୟାୟକୁ ନଜର ଅନ୍ଦାଜ କରୁଛି ବୋଲି ହୃଦବୋଧ ହେଲାଣି।

ଗୋଟିଏ ସେପପ୍ଚେମ୍ବର ମାସ ଶେଷରେ ରାଜମହଲ ଛକରେ ଘଟିଥିଲା। ଯେଉଁଥିରେ କାର ଚକା ତଳେ ଚାପି ହୋଇ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟଟି ଅକ୍ଟୋବର ମାସ ଶେଷରେ ପାଓ୍ବାର ହାଉସ ଛକରେ ବିଧାୟିକା ଦୀପାଳି ଦାସଙ୍କ ଭାଇଙ୍କ ମାଲିକାନାରେ ଥିବା କମ୍ପାନୀର ରେଞ୍ଜ ରୋଭର କାର ଏକ ବାଇକକୁ ଧକ୍କା ଦେଇଥିଲା। ଯେଉଁଥିରେ ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଏବେ ବି ଗୁରୁତର ଭାବେ ଚିକିତ୍ସାଧୀନ ରହିଛନ୍ତି।

ରାଜମହଲ ଛକରେ ସେପ୍ଟେମ୍ବର ୩୦ ବିଳମ୍ବିତ ରାତିରେ ଘଟିଥିବା ଦୁର୍ଘଟଣାରେ ଫେରାର କାର ମାଲିକକୁ ପୋଲିସ ଅକ୍ଟୋବର ୩ ତାରିଖ ଦିନ ଗିରଫ କରିଥିଲା। ସିସିଟିଭି ଫୁଟେଜକୁ ଆଧାର କରି ପୋଲିସ ଅଭିଯୁକ୍ତର ଠିକଣା ଆଦି ଯାଞ୍ଚ କରି ଗିରଫ କରି ନିଜ ଦାୟିତ୍ୱକୁ ସୂଚାରୁରୁପେ ତୁଲାଇଥିଲା।

କିନ୍ତୁ ଅକ୍ଟୋବର ୩୧ ତାରିଖରେ ପାଓ୍ବାରହାଉସ ଛକ ଦୁର୍ଘଟଣାରେ ପୋଲିସ ଏଯାବତ ଜଣଙ୍କୁ ଗିରଫ କରିଛି। ଯିଏକି କାରର ଡ୍ରାଇଭର। ହେଲେ ଦୁର୍ଘଟଣା ଘଟାଇଥିବା କାରର ଆଗ ସିଟରେ ଥିବା ଦୁଇଟି ଯାକ ବେଲୁନ ଦୁର୍ଘଟଣା ପରେ ଫାଟିଯାଇଥିବାରୁ ଗାଡି ଭିତରେ ଅନ୍ୟ ଜଣେ କିଏ ଥିଲେ ବୋଲି ପ୍ରଶ୍ନ ଉଠିଥିବା ବେଳେ ପୋଲିସ ଏ ଦିଗରେ ଚୁପ୍ ରହିଛି।

ସେହିପରି ଦୁର୍ଘଟଣାସ୍ଥଳରୁ କମିଶନରେଟ ପୋଲିସର ମୁଖ୍ୟାଳୟ ୫୦ ମିଟର ଦୂରତା ରହିଛି। ହେଲେ ପୋଲିସ ସମସ୍ତ ମାମଲାରେ ନିଜ ଦୋଷ ଖସାଇବାକୁ ଯାଇ ଏବଂ ସୁଦୃଢ ସିସିଟିଭି ବ୍ୟବସ୍ଥାର ପ୍ରମାଣ ଦେଉଥିବା ବେଳେ ଏହି ଘଟଣାରେ ସିସିଟିଭି ଫୁଟେଜ ଏଯାବତ ସାର୍ବଜନୀନ ନହେବା ପୋଲିସ ଯେ ବଡ ଲୋକ ଦେହରେ ହାତ ମାରିବାକୁ ସଙ୍କୋଚ କରୁଛି ତାହା ହୃଦବୋଧ କରାଉଛି।

ଏହି ମାମଲାକୁ ନେଇ ଝାରୁସୁଗୁଡାର ବିଜେଡି ବିଧାୟିକା ଦୀପାଳି ଦାସ ଏବଂ ତାଙ୍କ ଭାଇ ନିରବ ରହିଛନ୍ତି। ଏମିିତିକି ଦୁର୍ଘଟଣାପରଠୁ ସାର୍ବଜନୀନ ସ୍ଥାନକୁ ଆସିନାହାନ୍ତି। ଅନ୍ୟପଟେ ରାଜନୈତିକ ଦଳମାନେ ଦାବି କରୁଛନ୍ତି ଯେ କାର ଭିତରେ ସ୍ବର୍ଗତ ନବ ଦାସଙ୍କ ପୁଅ ବିଶାଲ ଦାସ ଥିଲେ। ଦୁର୍ଘଟଣା ପରେ ପୋଲିସ ସୁରକ୍ଷା ଦେଇ ତାଙ୍କୁ ଖସାଇ ଦେଇଛି।

ବଡ଼କଥା ହେଲେ ରାଜଧାନୀରେ ମୋବାଇଲ ଚୋରି ଏବଂ ଛିନତାଇ ଘଳି ଘଟଣାରେ ଅଭିଯୁକ୍ତକୁ ଗିରଫ କରି ପ୍ରେସମିଟ୍ କରୁଥିବା ବେଳେ ଏହି ଦୁର୍ଘଟଣା ମାମଲାକୁ ଆଜିକୁ ୮ ଦିନ ବିତିଲାଣି ହେଲେ ପୋଲିିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ନିରବ ରହିବା ଏବଂ ଡିସିପି ପ୍ରତିକ ସିଂ ଚୁପ୍ ରହିବା ପୋଲିସର କାର୍ଯ୍ୟଶୈଳୀ ପ୍ରକ୍ରିୟା ଯେ ଠିକ୍ ଠାକ ଚାଲିଛି ତାହା କହିବ ସମ୍ପର୍ଣ୍ଣ ଭୁଲ୍ ହେବ।

ଉଲ୍ଲେଖଯୋଗ୍ୟ, ଏହି ମାମଲାରେ ଯାଜପୁରୀ ବରୀର ଲୋପାମୁଦ୍ରା ସାହୁଙ୍କର ଦୁର୍ଘଟଣାର ତିନି ଦିନ ପରେ ମୃତ୍ୟୁ ଘଟିଛି। ସେହିପରି ଅନ୍ୟ ଜଣେ ଗୁରୁତର କାହ୍ନୁଚରଣ ନାୟକ ଗୁରୁତର ହୋଇ ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି। କିନ୍ତୁ କୋଟି କୋଟି ଟଙ୍କାର ମାଲିକ ବିଶାଲ ଦାସ କିମ୍ବା ରାଜ୍ୟ ସରକାରଙ୍କ ତରଫରୁ ଏ ଦିଗରେ ସହାନୁଭୀୂତିଟିଏ ମଧ୍ୟ ଦେଖାଯାଇ ନାହିଁ।

ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କେବଳ ନିଜ ପ୍ରତିକ୍ରିୟାରେ କହିଛନ୍ତି, ସମସ୍ତ ଅଭିଯୋଗକୁ ଶୁଣାଯାଉଛି। ତଦନ୍ତ ଚାଲିଛି।

Comments are closed.