Latest Odisha News

BREAKING NEWS

ରେଭ ପାର୍ଟିରେ ସାପ ବିଷ ମାମଲା: ଏଲଭିଶ ଯାଦବଙ୍କୁ ରାତିଅଧିଆ ଜେରା

ନୋଏଡା: ରେଭ ପାର୍ଟିରେ ସାପ ବିଷ ସପ୍ଲାଇ ମାମଲା ନେଇ ବିଗ୍ ବସ୍ ବିଜେତା ତଥା ୟୁଟ୍ୟୁବର୍ ଏଲଭିଶ ଯାଦବ ନୋଏଡା ପୋଲିସ ନିକଟରେ ହାଜର ହୋଇଛନ୍ତି । ଗତକାଲି ବିଳମ୍ବିତ ରାତିରେ ଏଲଭିଶ ଯାଦବ ସେକ୍ଟର -୨୦ ପୋଲିସ ଷ୍ଟେସନରେ ପହଞ୍ଚି ହାଜର ହୋଇଥିଲେ । ପୋଲିସ ଏଲଭିଶ ଯାଦବଙ୍କୁ ପ୍ରାୟ ୩ ଘଣ୍ଟା ଧରି ୫୦ ପ୍ରଶ୍ନ ପଚାରିଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ, ନୋଏଡା ଠାରେ ଏକ ରାଭେ ପାର୍ଟିରେ ଏଲଭିଶ ସାପ ବିଷ ବ୍ୟବହାର କରୁଥିବା ନେଇ ସୂଚନା ପାଇବା ପରେ ପୋଲିସ ସେହି ପାର୍ଟି ଉପରେ ରେଡ କରିଥିଲା । ‘ଭୋଜି ହଲ୍’ରୁ ପାଞ୍ଚଟି କୋବ୍ରା ସମେତ ନଅଟି ସାପ ଉଦ୍ଧାର ହୋଇଥିବାବେଳେ ୨୦ ମିଲି ସନ୍ଦିଗ୍ଧ ବିଷ ମଧ୍ୟ ଜବତ କରିଥିଲା ପୋଲିସ । ଏଲଭିଶଙ୍କ ନାଁରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୋଲିସ । ବିଗ୍ ବସ୍ ବିଜେତା ଏଲଭିଶ ଯାଦବଙ୍କ ସମେତ ୬ ଜଣଙ୍କ ବିରୋଧରେ ବନ୍ୟପ୍ରାଣୀ ସୁରକ୍ଷା ଅଧିନିୟମ ଏବଂ ଭାରତୀୟ ଦଣ୍ଡ ସଂହିତା ଅନୁଯାୟୀ ଏକ ମାମଲା ରୁଜୁ କରିଥିଲା । ଗତକାଲି ରାତି ଅଧରେ ପୋଲିସ ତାଙ୍କୁ ପଚରାଉଚରା କରି ଛାଡିବା ପରେ ଆଜି ପୁଣି ଏଲଭିସଙ୍କୁ ପୋଲିସ ପଚରାଉଚରା କରିପାରେ ବୋଲି ଜଣାପଡିଛି ।

ଅଧିକାରୀମାନେ ସୋମବାର କହିଛନ୍ତି ଯେ, ସ୍ଥାନୀୟ ସେକ୍ଟର ୪୯ ପୋଲିସ ଷ୍ଟେସନରେ ଏଫଆଇଆର ଦାଖଲ କରାଯାଇଥିଲା, ଯାହାର ସବ୍-ଇନ୍ସପେକ୍ଟରଙ୍କୁ ହଟାଇ ଦିଆଯାଇଛି। ଏହି ପ୍ରସଙ୍ଗରେ ପୋଲିସ କହିଛି ଯେ ଏଲଭିଶ ଯାଦବଙ୍କ ଭୂମିକା ଏହି ମାମଲାରେ ରହିଛି କି ନାହିଁ ତାହା ଜାଣିବା ପାଇଁ ଜାଞ୍ଚ୍ ଜାରି ରହିଛି । ଅନ୍ୟପକ୍ଷରେ ୟୁଟ୍ୟୁବର୍ ଏଲଭିଶ ଯାଦବ ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ ଅସ୍ୱୀକାର କରିଛନ୍ତି ଏବଂ ପୋଲିସର ତଦନ୍ତରେ ସହଯୋଗ କରିବାକୁ କହିଛନ୍ତି। ପଶୁ ଅଧିକାର ଗୋଷ୍ଠୀର ଜଣେ ଅଧିକାରୀଙ୍କ ଅଭିଯୋଗରେ ଏହି ମାମଲା ରୁଜୁ ହୋଇଥିବା ନେଇ ସୂଚନା ରହିଛି ।

 

 

Leave A Reply

Your email address will not be published.