ଭୁବନେଶ୍ୱର : ଭୁବନେଶ୍ୱର ଇନଫୋସିଟି ଥାନା ନିକଟସ୍ଥ ଅଞ୍ଚଳରେ ବିଦ୍ୟୁତ୍ ଟ୍ରାନ୍ସଫର୍ମରରେ ବିସ୍ଫୋରଣ ଘଟିବା ଫଳରେ ୨ ବାଇକ୍ ଆରୋହୀ ଗୁରୁତର ଆହତ ହୋଇଛନ୍ତି।
ଆହତ ୨ ଜଣଙ୍କ ନାମ ଶୁଭାଶିଷ ସାହୁ ଓ ଅଜୟ ନାୟକ ବୋଲି ଜଣାପଡିଛି ।
ମିଳିଥିବା ସୂଚନାନୁଯାୟୀ ଏହି ୨ ୍ଜଣ ବ୍ୟକ୍ତି କୌଣସି କାରଣବଶତଃ ସେହି ରାସ୍ତା ଦେଇ ଯାଉଥିବା ବେଳେ କୌଣସି କାରଣବଶତଃ ହଠାତ ଟ୍ରାନ୍ସଫର୍ମରଟି ଫାଟିଯାଇଥିଲା। ବିସ୍ଫୋରଣର ମାତ୍ରା ଏତେ ଅଧିକ ଥିଲା ଯେ, ଶୁଭାଶିଷ ଏବଂ ଅଜୟଙ୍କ ଶରୀରର ୫୦% ଅଂଶ ଜଳିଯାଇଥିବା ନେଇ ସୁତ୍ରରୁ ପ୍ରକାଶ ।
ତେବେ ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ନେଇ ଜଣାପଡିଛି ।
Comments are closed.