Latest Odisha News

BREAKING NEWS

ଦେଖନ୍ତୁ ନାସା ଜାରି କରିଥିବା ଫଟୋଚିତ୍ର, ଅନ୍ଧାର ବଳୟରେ ଟ୍ୱିନସିଟି

ନୂଆଦିଲ୍ଲୀ : ବାତ୍ୟା ‘ଫନି’ ଓଡ଼ିଶାରେ ତାଣ୍ଡବ ରଚିବା ପରେ ରାଜ୍ୟର କେତେକାଞ୍ଚଳ ବିପର‌୍ୟ୍ୟସ୍ତ ହୋଇ ପଡ଼ିଥିବାବେଳେ ସବୁଆଡେ ଅନ୍ଧାର ବଳୟରେ ଆବଦ୍ଧ ହୋଇରହିଛି ।

ଏହି ପରିପ୍ରେକ୍ଷୀରେ ଆମେରିକୀୟ ସ୍ପେସ୍ ଏଜେନସି ‘ନାସା’ ବାତ୍ୟା ପୂର୍ବ ଓ ପରର କଟକ ଓ ଭୁବନେଶ୍ୱର ସହରର ଏକ ଫଟୋଚିତ୍ର ଜାରି କରିଛି ।

ନାସା ଜାରି କରିଥିବା ୨ଟି ଫଟୋମଧ୍ୟରୁ ଗୋଟିଏ ଏପ୍ରିଲ୍ ୩୦ ତାରିଖର ହୋଇଥିବାବେଳେ ଅନ୍ୟଟି ମେ’ ୫ ତାରିଖର ଫଟୋଚିତ୍ର । ଏଥିରେ ଓଡ଼ିଶାର ଦୁଇ ପ୍ରମୁଖ ସହର କଟକ ଓ ଭୁବନେଶ୍ୱରର ରାତ୍ରୀକାଳୀନ ଦୃଶ୍ୟ ଦେଖାଯାଉଛି।

ସୂଚନାଯୋଗ୍ୟ, ମେ’ ୩ ତାରିଖ ଦିନ ସାମୁଦ୍ରିକ ଝଡ ‘ଫନି’ ପ୍ରଭାବରେ ବର୍ଷା ଓ ଘଣ୍ଟାପ୍ରତି ୨୦୦ କିଲୋମିଟର ବେଗରେ ପବନ ବୋହିବା ଫଳରେ ପୁରୀ, ଭୁବନେଶ୍ୱର, କଟକ ଏବଂ ଖୋର୍ଦ୍ଧା ଆଦି ସହରରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏହାବ୍ୟତିତ ଉପକୂଳ ଓଡ଼ିଶାରେ ମଧ୍ୟ ଅକଳନୀୟ କ୍ଷତି ଘଟିଛି।

Leave A Reply

Your email address will not be published.