Latest Odisha News

ବସ୍‌-ଟ୍ରକ ମୁହାଁମୁହିଁ ଧକ୍କା ହେବାରୁ ୨ ଜଣ ଯାତ୍ରୀଙ୍କ ମୃତ୍ୟୁ, ୪୦ ଜଣ ଆହତ

ସାଲେପୁର: କଟକ ନିଶ୍ଚିନ୍ତକୋଇଲି କଟରପଡ଼ା ଛକ ନିକଟରେ ଦୁର୍ଘଟଣା। ବସ୍‌-ଟ୍ରକ ମୁହାଁମୁହିଁ ଧକ୍କା ହେବାରୁ ୪୦ ଜଣ ଆହତ ହୋଇଛନ୍ତି। ଦୁର୍ଘଟଣାରେ ଘଟଣାସ୍ଥଳରେ ୨ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଉଭୟ ଗାଡିର ଚାଳକ ଗୁରୁତର ଥିବା ସୂଚନା ରହିଛି। ଖବର ପାଇ ଅଗ୍ନିଶମ ବାହିନୀ ର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି କ୍ଷତିଗ୍ରସ୍ତ ବସ୍ ରେ ଫସି ରହିଥିବା ଯାତ୍ରୀଙ୍କୁ ଉଦ୍ଧାର କରିବା ପାଇଁ ଅଭିଯାନ ଆରମ୍ଭ କରିଥିଲେ।

କେନ୍ଦ୍ରାପଡ଼ାରୁ କଟକ ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ସମସ୍ତ ଆହତ ନିଶ୍ଚିନ୍ତକୋଇଲି ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୂଚନା ରହିଛି।

ମିଳିଥିବା ସୂଚନା ଅନୁସାରେ ବସଟି ଆଗେ ଆଗେ ଥିଲା। ଏହି ସମୟରେ ପଛପଟୁ ଆସି ଟ୍ରକଟି ଧକ୍କା ଦେଇଥିଲା। ଯେଉଁଥିପାଇଁ ଏହି ଦୁର୍ଘଟଣା ଘଟିଛି। ଟ୍ରକ ଡ୍ରାଇଭରଟିକୁ ସକାଳୁ ସକାଳୁ ନିଦ ଲାଗିଯିବାରୁ ଏହିପରି ଏକ ଦୁର୍ଘଟଣା ଘଟିଥିବା କୁହାଯାଉଛି।

Comments are closed.