Latest Odisha News

ହଟ୍ ପ୍ୟାଣ୍ଟ ପିନ୍ଧିଥିବାରୁ ବିମାନରେ ଯିବାକୁ ବାରଣ କଲା ଏୟାରଲାଇନ୍ସ

ନ୍ୟୁୟର୍କ: ହଟ୍ ପ୍ୟାଣ୍ଟ ପିନ୍ଧିଥିବାରୁ ଦୁଇ ଜଣ ମହିଳାଙ୍କୁ ବିମାନରେ ଯିବାକୁ ବାରଣ କରାଯାଇଛି । ପରେ ମହିଳାଦ୍ୱୟ ଡ଼୍ରେସ ପରିବର୍ତ୍ତନ କରିବା ପରେ ବିମାନରେ ଯାତ୍ରା କରିଛନ୍ତି । ଏହି ଘଟଣା ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଚର୍ଚ୍ଚା ହୋଇଛି ।

କ୍ରିଶ୍ ମାୟର ନାମକ ଜଣେ ମହିଳା ଏ ବିଷୟରେ ସୋସିଆଲ ମିଡ଼ିଆରେ କହିଛନ୍ତି ଯେ, ଦିନେ ମୁଁ ଓ ମୋର ଜଣେ ସାଙ୍ଗ କିନୁ ଥାମ୍ପସନ ବିମାନରେ ଯିବାକୁ ବିମାନବନ୍ଦରରେ ପହଞ୍ôଚଥିଲୁ । ହେଲେ ଆମେରିକୀୟ ଏୟାରଲାଇନ୍ସର ଜଣେ କର୍ମଚାରୀ ଆମ ଦୁଇ ଜଣଙ୍କୁ ଅଟକାଇଥିଲେ । ଆମେ କାରଣ ପଚାରିବାରୁ ଆପଣ ଏପରି ହଟ୍ ପ୍ୟାଣ୍ଟ ପିନ୍ଧି ବିମାନରେ ଯାତ୍ରା କରିପାରିବେ ନାହିଁ ବୋଲି କହିଥିଲେ । ଆପଣ ଦୁଇଜଣଙ୍କୁ ବିମାନବନ୍ଦରରେ ପୋଷାକ ବଦଳାଇବାକୁ ପଡ଼ିବ ବୋଲି ବାଧ୍ୟ କରିଥିଲେ । ଶେଷରେ ଆମେ କୌଣସି ଉପାୟ ନ ପାଇ ଡ଼୍ରେସ ପରିବର୍ତ୍ତନ କରିଥିଲୁ ଏବଂ ପରେ ବିମାନରେ ଯାତ୍ରା କରିଥିଲୁ । ସେମାନେ ଏହାର ଫଟୋ ସୋସିଆଲ ମିଡ଼ିଆରେ ସେୟାର ମଧ୍ୟ କରିଛନ୍ତି , ଯେଉଁଥିରେ ସେମାନେ ପ୍ରଥମେ ହଟ୍ ପ୍ୟାଣ୍ଟ ଓ ପରେ ବଦଳାଇଥିବା ଡ଼୍ରେସରେ ଅଛନ୍ତି ।

କ୍ରିଶ୍ ଏହି ଘଟଣା ପୋଷ୍ଟ କରିବାର କିଛି ସମୟ ପରେ ଆମେରିକୀୟ ଏୟାରଲାଇନ୍ସ ଏହାର ଜବାବ ଦେଇଥିଲା । ସେ ଲେଖିଛନ୍ତି, ଆପଣ ଯାହା କହୁଛନ୍ତି ତାହା ଆମ ପାଇଁ ଚିନ୍ତାର ବିଷୟ । କ୍ରିଶ୍ ପୁଣି କମ୍ପାନୀକୁ ଲେଖିଥିଲେ, ଏହା ପ୍ରକୃତରେ ଅପମାନଜନକ ଆଚରଣ ଥିଲା । ମୁଁ ଆପଣଙ୍କର ନିୟମିତ ଗ୍ରାହକ । ଶେଷରେ ଏହି ଘଟଣାର ଅନୁସନ୍ଧାନ କରାଯିବ ବୋଲି ଏୟାରଲାଇନ୍ସ ଜବାବ ଦେଇଥିଲା ।

Comments are closed.