Latest Odisha News

BREAKING NEWS

ଏପରି ଶୋଉଛନ୍ତି କି ? ଶୋଇବା ଶୈଳୀରୁ ଜାଣନ୍ତୁ କ’ଣ ରହିଛି ଫାଇଦା….

ସୁସ୍ଥ ଜୀବନଶୈଳୀ ପାଇଁ ସମୟସୀମାରେ ଖାଦ୍ୟ ଗ୍ରହଣ ଏବଂ ଶୋଇବା ନିତାନ୍ତ ଆବଶ୍ୟକ । ଯାହାଦ୍ୱାରା ମେଟାବେଲିଜିୟମ ମଧ୍ୟ ଠିକ୍‌ ରୁହେ । ଯେଉଁଥିରେ ଆପଣଙ୍କ କ୍ୟାଲୋରୀ ନିୟନ୍ତ୍ରଣରେ ରହିଥାଏ । ଆଉ ଆପଣ ସୁସ୍ଥ ରହିଥାଆନ୍ତି । କିନ୍ତୁ କ’ଣ ଆପଣ ଜାଣନ୍ତି କି କେଉଁ ପାର୍ଶ୍ୱରେ ଶୋଇବା ଦ୍ୱାରା ଆମ ଶରୀରରେ କଣ ପ୍ରଭାବ ପକାଇଥାଏ । ଆସନ୍ତୁ ଜାଣିବା…..

ସୁସ୍ଥ ରହିବା ପାଇଁ ସଠିକ୍‌ ଖାଦ୍ୟପେୟ ଏବଂ ପର୍ଯ୍ୟାପ୍ତ ପରିମାଣରେ ଶୋଇବା ନିହାତି ଜରୁରୀ । ଯଦି ଆପଣଙ୍କର ନିଦରେ କୌଣସି ସମସ୍ୟା ରୁହେ କିମ୍ବା ଆପଣ ରାତିରେ ଠିକ୍‌ ଭାବେ ନଶୋଇ ଅନିଦ୍ରା ରହିଲେ ତେବେ ଆପଣ ବିଭିନ୍ନ ରୋଗର ଶିକାର ହୋଇପାରନ୍ତି । ଆପଣ ଶୋଇବା ସମୟରେ କେଉଁ କଡ଼ ମାଡ଼ି ଶୋଉଛନ୍ତି ତାହା ଗୁରୁତ୍ୱପୂର୍ଣ୍ଣ । ଯାହା ଆପଣଙ୍କ ଶରୀର ଉପରେ ଖରାପ ପ୍ରଭାବ ପକାଇପାରେ । ଯଦି ଆପଣ ବାମ କଡ଼ରେ ଶୋଉଛନ୍ତି ତେବେ ହୃଦରୋଗର ଆଶଙ୍କା କମ୍‌ ରହିଥାଏ ।

ଯଦି ଆପଣଙ୍କର ସାଇନସ୍‌ ସମସ୍ୟା ରହିଛି । ତେବେ ଆପଣ କାନ୍ଧ ତଳେ ଟକିଆ ରଖି ଶୋଇବାକୁ ଚେଷ୍ଟା କରନ୍ତୁ ଏପରି ଶୋଇବା ଦ୍ୱାରା ଆପଣଙ୍କୁ ଆରାମ ମିଳିବ ।

ସେହିପରି ଯଦି ଆପଣ ଶୋଇବା ସମୟରେ କଡ଼ ଲେଉଟାଉଛନ୍ତି ତେବେ ଆସ୍ଥମା ରୋଗରୁ ମୁକ୍ତି ମିଳିବା ସହ ଛାତି ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ  । କଡ଼ ଲେଉଟାଇବା ସମୟରେ ଗୋଡ଼ର ମଧ୍ୟଭାଗରେ ଟକିଆ ରଖିପାରିବେ ।

ଯେଉଁମାନଙ୍କର ଶ୍ୱାସକ୍ରିୟାରେ ଯନ୍ତ୍ରଣା ଅନୁଭବ ହେଉଛି । ସେମାନେ ଶୋଇବା ସମୟରେ ତଳକୁ ପେଟ ମାଡ଼ି ଶୋଇପାରିବେ । ଏପରି ଶୋଇବା ଦ୍ୱାରା ଶ୍ୱାସକ୍ରିୟାରେ ସମସ୍ୟା ନହେବା ସଙ୍ଗେ ସଙ୍ଗେ ମାଂସପେଶୀରେ ମଧ୍ୟ ଆରାମ ମିଳିଥାଏ ।

କିଛି ଲୋକ ଗୋଟିଏ କଡ଼ରେ ଶୋଇପାରନ୍ତି ନାହିଁ । ସେଭଳି ଲକ୍ଷଣ ଥିଲେ ଆପଣ ଶୋଇବା ସମୟରେ ଆପଣଙ୍କ କାନ୍ଧରେ ଟକିଆ ଦେଇ ଶୋଇପାରିବେ । ଆପଣ ଯଦି ଚାହିଁବେ ଆାଣ୍ଠୁ ପାଖରେ ଟକିଆ ଦେଇ ମଧ୍ୟ ଶୋଇପାରିବେ । ଏପରି ଶୋଇବା ଦ୍ୱାରା ଆପଣଙ୍କୁ ଆରାମ ମିଳିବ ।

 

 

 

 

Leave A Reply

Your email address will not be published.