Latest Odisha News

BREAKING NEWS

ରାଜ୍ୟ ସରକାର ୪୯ ଓ ୫୦ ନମ୍ବର କରୋନା ଆକ୍ରାନ୍ତଙ୍କ ତଥ୍ୟ ପ୍ରକାଶ କଲେ

ଭୁବନେଶ୍ୱର: ରାଜ୍ୟ ସରକାର ଶନିବାର ଦିନ ୪୯ ଓ ୫୦ ନମ୍ବର କୋଭିଡ୍‌-୧୯ ରୋଗୀଙ୍କ ସମ୍ପୂର୍ଣ୍ଣ ତଥ୍ୟ ପ୍ରକାଶ କରିଛନ୍ତି ।

ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ କରି ଜଣାଇଛନ୍ତି ଯେ, ଏହି ଦୁଇଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ୩୫ ବର୍ଷୀୟା ମହିଳା ଏବଂ ଅନ୍ୟ ଜଣକ ୨୩ ବର୍ଷର ଜଣେ ଯୁବକ । ତେବେ ଏପ୍ରିଲ୍ ୭ ତାରିଖରେ ଭୁବନେଶ୍ୱର ମଧୁସୂଦନ ନଗର ୟୁନିଟ୍ ୪ର ୪୫ ବର୍ଷ ବ୍ୟକ୍ତି ଯିଏକି କରୋନା ପଜିଟିଭ୍ ଚିହ୍ନିତ ହୋଇଥିଲେ ଏହି ଦୁଇଜଣ ବ୍ୟକ୍ତି ତାଙ୍କ ସଂସ୍ପର୍ଶରେ ଆସିଥିଲେ ।

ଏଠାରେ ଉଲ୍ଲେଖଯୋଗ୍ୟ, ଭୁବନେଶ୍ୱରରେ କରୋନା ଆକ୍ରାନ୍ତ ବୃଦ୍ଧି ପାଇଚାଲିଥିବା ବେଳେ ଏବେ ଏହା ଏକ କରୋନା ହଟ୍ ସ୍ପଟ୍ ଭାବେ ପରିଗଣିତ ହୋଇଛି । ଓଡ଼ିଶାରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦ରେ ପହଞ୍ଚିଥିବା ବେଳେ କେବଳ ଭୁବନେଶ୍ୱରରେ ଚିହ୍ନଟ ହୋଇଛନ୍ତି ୪୦ ଜଣ ସଂକ୍ରମିତ ବ୍ୟକ୍ତି ।

ତେବେ ଓଡ଼ିଶା ଲାଗି ଖୁସିର କଥା ହେଉଛି ୧୨ ଜଣ କରୋନା ଆକ୍ରାନ୍ତ ଏବେ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇଛନ୍ତି ।

Leave A Reply

Your email address will not be published.