ନୟାଗଡ଼: ନୟାଗଡ଼ ଜିଲ୍ଲାର ରଣପୁରରେ କ୍ରାଇମ ବ୍ରାଞ୍ଚର ସ୍ୱତନ୍ତ୍ର ଟାସ୍କଫୋର୍ସ (ଏସଟିଏଫ) ଶନିବାର ଦିନ ଦୁଇଟି କଲରାପତରିଆ ବାଘ ଛାଲ ଜବତ କରିବା ସହ ପୋଚିଂ(ଶୀକାର) ରାକେଟର ମାଷ୍ଟରମାଇଣ୍ଡକୁ ଗିରଫ କରିଛି।
ଅଭିଯୁକ୍ତ ଜଣକ ଚାନ୍ଦପୁର ନିକଟ ଜାମୁବନ୍ଧ ଗାଁର ଲକ୍ଷ୍ମୀଧର ନାୟକ ବୋଲି ସୂଚନା ଦେଇଛନ୍ତି କ୍ରାଇମ ବ୍ରାଞ୍ଚ(ଏସଟିଏଫ) ଏସପି ପ୍ରଶାନ୍ତ କୁମାର ଭୋଇ।
ଏସପି ଆହୁରି ମଧ୍ୟ କହିଛନ୍ତି ଯେ ଅଭିଯୁକ୍ତ ଜଣକ ଉକ୍ତ ଛାଲକୁ ୨-୩ ଲକ୍ଷ ଟଙ୍କାରେ ବିକ୍ରି କରିବା ପାଇଁ ବୁଝାମଣା କରୁଥିଲା। ଏହା ପରେ ଏସଟିଏଫ୍ ଟିମ୍ ଗ୍ରାହକ ବେଶରେ ଯାଇ ତାଙ୍କୁ ଧରିଥିଲା।
ଏସଟିଏଫ୍ ପ୍ରଥମ ଥର ପାଇଁ ଏକ ପୋଚିଂ ରାକେଟରେ ମାଷ୍ଟରମାଇଣ୍ଡକୁ ଧରିଛି ବୋଲି ଏସପି ସୂଚନା ଦେଇଛନ୍ତି।
Comments are closed.