Latest Odisha News

BREAKING NEWS

ବସରେ ଯାତ୍ରୀ ହେଉନାହାଁନ୍ତି: ପରିବହନ ମନ୍ତ୍ରୀ

ଭୁବନେଶ୍ୱର: କରୋନା ମହାମାରୀ ଭିତରେ ରାଜ୍ୟରେ ଆରମ୍ଭ ହୋଇଥିବା ବସ୍ ସେବା ବନ୍ଦ ହେବା ସ୍ଥିତି ଉପୁଜିଲାଣି । କ୍ଷତି ଏତେ ହେଉଛି ଯେ, ବାଧ୍ୟ ହୋଇ ବସ୍ ସେବା ବନ୍ଦ କରିବାକୁ ବିଚାର କରାଯାଉଛି । ଆଜି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ଯେ, ୬୬ଟି ରୁଟରୁ ୨୦ଟି ରୁଟରେ ଯାତ୍ରୀ ହେଉନାହାଁନ୍ତି । ମାତ୍ର ୨-୩ ଜଣ ଲୋକ ହେଉଛନ୍ତି । ଅତିବେଶୀରେ ୫ ଜଣ ହେଉଛନ୍ତି । ତେଣୁ କ୍ଷତି ଅଧିକ ହେଲେ ବସ୍ ସେବା ବନ୍ଦ ହେବ ।

ପରିବହନ ମନ୍ତ୍ରୀ କହିଛନ୍ତି, ବାହାର ରାଜ୍ୟକୁ ବସ୍ ଯିବାରେ କିଛି ଅସୁବିଧା ନାହିଁ । ହେଲେ ଯେଉଁ ବସ୍ ମାଲିକ ମାନେ ଆନ୍ତଃରାଜ୍ୟ ବସ୍ ପାଇଁ ଚୁକ୍ତି କରିଛନ୍ତି ସେମାନେ ଯାତ୍ରୀ ନହେବାରୁ ଚିନ୍ତାରେ ଅଛନ୍ତି । ଫଳରେ ଅନିଶ୍ଚିତତା ଭିତରେ ରହିଛି ଆନ୍ତଃରାଜ୍ୟ ବସ୍ ଚଳାଚଳ । ଏବେ ସୁଦ୍ଧା ନିଷ୍ପତ୍ତି ହୋଇନି ଏବଂ କୌଣସି ରାଜ୍ୟ ସହ କଥା ହୋଇନଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.