Latest Odisha News

BREAKING NEWS

ପୁରୀ ଟ୍ରିପଲ୍ ମର୍ଡର ଘଟଣା: ୨ ମୁଖ୍ୟ ଅଭିଯୁକ୍ତ ଗିରଫ

ପୁରୀ: ପୁରୀ ଟ୍ରିପଲ ମର୍ଡର ଘଟଣାରେ ପୋଲିସ ରବିବାର ଦିନ ପିପିଲି ନିକଟସ୍ଥ ଏକ ଜଙ୍ଗଲରୁ ଦୁଇ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ୨ ମୁଖ୍ୟ ଅଭିଯୁକ୍ତ ମିତୁ ବେହେରା ଓ ପୁନିଆ ବେହେରା ବୋଲି ଜଣାପଡିଛି ।

ଏହି ଦୁଇଜଣ ହିଁ ହତ୍ୟାକାଣ୍ଡର ମାଷ୍ଟର ମାଇଣ୍ଡ ବୋଲି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ପୁରୀ ଏସପି ଉମା ଶଙ୍କର ଦାସ କହିଛନ୍ତି ।

ପୋଲସ ଏହି ଘଟଣାରେ ପୂର୍ବରୁ ୬ ଜଣଙ୍କୁ ଗିରଫ କରିଥିବା ବେଳେ ଆହୁରି ୫ ଜଣ ଫେରାର ଅଛନ୍ତି । ସେମାନଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ଏସପି ପ୍ରକାଶ କରିଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ ଗିରଫ ବ୍ୟକ୍ତିମାନେ ମୃତକଙ୍କ ସମ୍ପର୍କୀୟ ହୋଇଥିବା ବେଳେ ପୂର୍ବଶତ୍ରୁତା ଲାଗି ଏହି ହତ୍ୟା କରାଯାଇଥିବା ସୂଚନା ମିଳିଛି।

ଉଲ୍ଲେଖଯୋଗ୍ୟ, ଗତ ଜୁଲାଇ ୧୪ ତାରିଖରେ ପୁରୀର ପଟ୍ଟନାୟିକା ଛକ ନିକଟସ୍ଥ ଜାତୀୟ ରାଜପଥରେ ଗୋଟିଏ ପରିବାରର ୩ ଜଣଙ୍କୁ କିଛି ଦୁର୍ବୁତ୍ତ ହତ୍ୟା କରିଥିଲେ । ମୃତକ ମାନେ କୃଷ୍ଣ ବେହେରା, ପଞ୍ଚୁ ବେହେରା ଓ ପୂର୍ଣ୍ଣ ବେହେରା ବୋଲି ଚିହ୍ନଟ କରାଯାଇଥିଲା ।

Leave A Reply

Your email address will not be published.