Latest Odisha News

ଚିକେନ୍‌ ପଟିଆଲା

ଘରେ ତିଆରି କରନ୍ତୁ ଚିକେନ୍ ପଟିଆଲା । ଜାଣି ରଖନ୍ତୁ ଏହାକୁ ପ୍ରସ୍ତୁତ କରିବାର ବିଧି ।

ଆବଶ୍ୟକ ସାମଗ୍ରୀ:

କଞ୍ଚା ଅଣ୍ଡା: ୨ଟା, ଚିକେନ-୬୦୦ଗ୍ରାମ, ପିଆଜ କାଜୁ ପେଷ୍ଟ(ୟେଲୋ ଗ୍ରେଭି), ଏକ ଚାମଚ(ବଡ ଚାମଚ), ମରିଚଗୁଣ୍ଡ: ଦେଢ ଚାମଚ(୧ ୧/୨ ଚାମଚ), ଧନିଆ ପାଉଡର: ୧/୨ ଚାମଚ, ଜିରା ପାଉଡର: ୧/୨ ଚାମଚ, କସ୍ତୁରୀ ମେଥି(ମେଥି ପତ୍ର): ଏକ ଚୁଟ୍‌କି, ଲହୁଣି: ୧/୨ ଚାମଚ, କଟା ରସୁଣ: ୧/୨ ଚାମଚ, ଲୁଣ: ସ୍ବାଦ ଅନୁସାରେ, ଚିନି: ଅଳ୍ପ
ଧନିଆ ପତ୍ର

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ଚିକେନକୁ ଭଲଭାବେ ଧୋଇ ଛୋଟ ଛୋଟ ପିସ୍‌ କରି କାଟି ରଖିବେ। ଚୁଲା ଉପରେ କଡେଇ ବସାଇ ତେଲ ପକାଇବେ। ତେଲ ଗରମ ହେବା ପରେ ଦୁଇଟି ଅଣ୍ଡାକୁ ଫଟାଇ ପକାଇ ଅମ୍‌ଲେଟ୍‌ ପ୍ରସ୍ତୁତ କରିବେ। ଏହାକୁ ଗୋଟିଏ ପ୍ଲେଟକୁ ବାହାର କରିନେବେ। ଏହାପରେ ଅନ୍ୟ ଏକ କଡେଇରେ ଅଳ୍ପ ତେଲ ନେବେ। ତେଲ ଗରମ ହେବା ପରେ କଟା ରସୁଣ, ମେଥିପତ୍ର ଓ ପିଆଜ ପକାଇ ଫ୍ରାଏ କରିବେ। ଏହା ପରେ ପୂର୍ବରୁ ଧୁଆହୋଇ ରଖାଯାଇଥିବା ଚିକେନକୁ ସେଥିରେ ପକାଇ ଫ୍ରାଏ କରି କିଛି ସମୟ ଛାଡିଦେବେ। ଏହାପରେ ସେଥିରେ ୟେଲୋ ଗ୍ରେଭି(ପିଆଜ କାଜୁ ପେଷ୍ଟ) ଛୋଟ ଚାମଚରେ ଦୁଇ ଚାମଚ ପକାଇ ଅଳ୍ପ ପାଣି ଦେବେ। ସେଥିରେ ମରିଚ ଗୁଣ୍ଡ, ଜିରା ପାଉଡର, ଧନିଆ ପାଉଡର ଅଧା ଚାମଚ ପକାଇ ଫ୍ରାଏ କରିବେ। ଶେଷରେ ଅଳ୍ପ ଚିନି ପକାଇ ଏକ ପ୍ଲେଟକୁ ବାହାର କରିବେ। ପୁଣି ଅନ୍ୟ ଏକ କଡେଇକୁ ଗରମ କରି ଅଳ୍ପ ରସୁଣ, ମେଥି ଫ୍ରାଏ କରିବା ପରେ ବଳକା ୟେଲୋ ଗ୍ରେଭି, ଜିରା ପାଉଡର, ଧନିଆ ପାଉଡର, ଲହୁଣି ପକାଇ ଝୋଳ ସଦୃଶ ହେବା ପରେ ଚିନି ପକାଇ ପ୍ଲେଟକୁ ବାହାର କରିନେବେ। ଅନ୍ୟ ଏକ ପ୍ଲେଟରେ ପୂର୍ବରୁ ପ୍ରସ୍ତୁତ ଅଣ୍ଡା ଅମ୍‌ଲେଟ୍‌ ଉପରେ କଷା ଚିକେନକୁ ଦେଇ ରୋଲ ଭଳି ଗୋଡାଇବେ। ରୋଲକୁ ମଧ୍ୟଭାଗରୁ ଛୋଟ ଛୋଟ ପିସ୍‌ କରି କାଟି ତା’ ଉପରେ ପ୍ରସ୍ତୁତ ମସଲା ଝୋଳକୁ ପକାଇବେ। ଏହାଉପରେ ସ୍ବତନ୍ତ୍ର ପ୍ଲେଟକୁ ବାହାର କରି ଅମୂଲ କ୍ରିମ ପକାଇ ଧନିଆ ପତ୍ର ଦେଇ ପରଷିବେ।

Leave A Reply

Your email address will not be published.