Latest Odisha News

କିପରି ରହିବେ ଫୁଡ଼ ପଏଜନିଂ ଠାରୁ ଦୂରରେ, ଜାଣନ୍ତୁ

ବର୍ଷାଦିନ ଆରମ୍ଭ ହୋଇଗଲା । ଏହି ଦିନରେ ଦୂଷିତ ଖାଦ୍ୟ ଏବଂ ପାଣି ସଂସ୍ପର୍ଶରେ ଆସିଲେ ଫୁଡ୍‌ ପଏଜନିଂ ପରି ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ। ଏପରିକି ଏହି ସମସ୍ୟା ଗୁରୁତର ହେଲେ ମେଡିକାଲ ଯିବାକୁ ମଧ୍ୟ ପଡିପାରେ । ଏହାଠାରୁ ନିଜକୁ କିପରି ଦୂରେଇ ରଖିବେ ସେ ସମ୍ପର୍କରେ ଜାଣନ୍ତୁ କିଛି ଟିପ୍ସ…

-ଖାଦ୍ୟପଦାର୍ଥ ଖାଇବା ପୂର୍ବରୁ ଭଲ ଭାବରେ ହାତ ଧୁଅନ୍ତୁ। ବାହାରକୁ ହାତ ଯେତେ ପରିଷ୍କାର ଦେଖାଯାଉଥିଲେ ମଧ୍ୟ ହାତର ଉପରିଭାଗରେ ଜୀବାଣୁ ଲୁଚି ରହିଥାଆନ୍ତି। ଅପରିଷ୍କାର ହାତରେ ଖାଦ୍ୟ ଖାଇଲେ ତାହା ଫୁଡ୍‌ ପଏଜନିଂ ସୃଷ୍ଟି କରିବାର ଆଶଙ୍କା ଅଧିକ ଥାଏ।

-ଫଳମୂଳ ଖାଉଛନ୍ତି ତେବେ ସେଗୁଡିକୁ ପ୍ରଥମେ ଭଲ ପାଣିରେ ପରିଷ୍କାର ଭାବରେ ଧୁଅନ୍ତୁ। ପରିଷ୍କାର ସ୍ଥାନରେ ଘୋଡ଼ାଇ ରଖନ୍ତୁ।
ବାସି ଖାଦ୍ୟ ଆଦୌ ଖାଆନ୍ତୁ ନାହିଁ। ଏହା ପେଟଜନିତ ସମସ୍ୟା ସୃଷ୍ଟି କରିଥାଏ।

-ବୁଲିବା ସମୟରେ ଅନେକ ମନଲୋଭା ଖାଦ୍ୟ ଦେଖି ସେଗୁଡ଼ିକୁ ଖାଇବାକୁ ଅନେକେ ଆଶା କରିଥାଆନ୍ତି। ତେବେ ସେଗୁଡିକୁ ଖାଇବା ପୂର୍ବରୁ ତାହାର ଗୁଣବତ୍ତା ସମ୍ପର୍କରେ ଭଲ ଭାବରେ ଅବଗତ ହୁଅନ୍ତୁ।

-ଯେଉଁ ଖାଦ୍ୟ ଅଳ୍ପ ସମୟ ମଧ୍ୟରେ ଖରାପ ହୋଇଯିବ ବୋଲି ଜାଣିପାରୁଛନ୍ତି, ସେପରି ଖାଦ୍ୟକୁ ସାଇତି ନ ରଖି ଫୋପାଡ଼ି ଦିଅନ୍ତୁ।

Leave A Reply

Your email address will not be published.