Latest Odisha News

BREAKING NEWS

ପୋଲିସ ଏନକାଉଣ୍ଟରରେ ଦୁଇ ମାଓବାଦୀ ନିହତ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ମାନପୁର ଜିଲ୍ଲାର ମଦନବାଡା ଜଙ୍ଗଲରେ ପୋଲିସ ମାଓବାଦୀ ମୁହାଁମୁହିଁ ହେବା ପରେ ଗୁଳିବିନିମୟ ହୋଇଥିଲା । ପୋଲିସ ଏନକାଉଣ୍ଟରରେ ଦୁଇ ଜଣ ମାଓବାଦୀ ନିହତ ହୋଇଥିବା ଜଣାପଡିଛି ।

ନିହତ ମାଓବାଦୀ ଦୁଇ ଜଣ ହେଲେ ଜଣେ ସେଣ୍ଟ୍ରାଲ କ୍ୟାଡ଼ର ମାଓବାଦୀ ବିଜୟ ଏବଂ DVCM କ୍ୟାଡ଼ର ମାଓବାଦୀ ଲୋକେଶ ସଲାମେ ବୋଲି ଜଣାପଡିଛି । ଘଟଣାସ୍ଥଳରୁ ଦୁଇଟି AK47 ବନ୍ଧୁକ ସହ ବିପୁଳ ପରିମାଣର ମାଓ ବିସ୍ପୋରକ ସାମଗ୍ରୀ ଜବତ କରିଛି ପୋଲିସ । ଏବେବି ଘଟଣାସ୍ତଳରେ ସର୍ଚ୍ଚ ଅପରେସନ ଜାରି ରହିଛି ।

ତେବେ ବିଶେଷ ସୂତ୍ରରୁ ଖବରପାଇ, ଚାଇବାସା ପୋଲିସ ଓ ସିଆରପିଏଫ୍ ୨୦୯ ବାଟାଲିୟନ ପକ୍ଷରୁ ମିଳିତ ଭାବେ ସର୍ଚ୍ଚ ଅପରେସନ କରାଯାଇଥିଲା । ସେଠାରେ ପହଞ୍ଚିବା ପରେ ସରଣ୍ଡା ଜଙ୍ଗଲର ପୋଷେଇତା ଓ ତୁମ୍ବାଗୁଡା ଜଙ୍ଗଲରେ ମିଳିତ ସୁରକ୍ଷା ବାହିନୀର ଏନକାଉଣ୍ଟର ହୋଇଥିଲା ।

ସେହିପରି ଗତକାଲି ମିଳିତ ସୁରକ୍ଷା ବାହିନୀର ସର୍ଚ୍ଚ ଅପରେସନ ବେଳେ ଏନକାଉଣ୍ଟରରେ ଟପ୍ ମାଓ ନେତା ଏରିଆ କମାଣ୍ଡର ଅରୁଣର ମୃତ୍ୟୁ ହୋଇଥିଲା । ମାଓବାଦୀଙ୍କ ଟପ୍ କ୍ୟାଡ଼ର ନେତା ଆସନ୍ତା ଅଗଷ୍ଟ ୧୫ରେ ଏକ ବଡ଼ ଧରଣର କାଣ୍ଡ କରିବା ପାଇଁ ଏକତ୍ରିତ ହୋଇଥିବା ସୂଚନା ମିଳିଥିଲା ।

Comments are closed.