ଭୁବନେଶ୍ୱର: ନିଷ୍ଠୁର କରୋନା ଓଡ଼ିଶାରୁ ଆଉ ଦୁଇ ଜଣ ସାମ୍ବାଦିକଙ୍କ ଜୀବନ ନେଇଛି । ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ର ବରିଷ୍ଠ ସାମ୍ବାଦିକ କୈଳାସ ସାହୁଙ୍କର ଅକାଳ ବିୟୋଗ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୭୫ ବର୍ଷ ହୋଇଥିଲା । ଗତକିଛି ଦିନ ତଳେ କୈଳାସ କରୋନାରେ ସଂକ୍ରମିତ ହୋଇଥିଲେ । ସେ ପାଟଣାଗଡ ସାମ୍ୱାଦିକ ସଂଘର ସଭାପତି ଥିଲେ । ପୂର୍ବରୁ ବଲାଙ୍ଗିର ସାମ୍ୱାଦିକ ସଂଘର ପୂର୍ବତନ ସଭାପତି ଥିଲେ କୈଳାସ । ୧୨ ବର୍ଷ ଧରି ଧରିତ୍ରୀରେ ସାମ୍ୱାଦିକ ଭାବେ କାର୍ୟ୍ୟ କରିଥିବା ବେଳେ ବର୍ତ୍ତମାନ ପ୍ରଗତିବାଦୀରେ କାର୍ୟ୍ୟରତ ଥିଲେ କୈଳାସ । ତାଙ୍କର ତିନୋଟି ପୁଅ ଓ ଗୋଟିଏ ଝିଅ ଅଛନ୍ତି ।
ଯାଜପୁରର ଯୁବ ସାମ୍ବାଦିକଙ୍କ ଅକାଳ ବିଯୋଗ
ସେହିପରି ଯାଜପୁର ଜିଲ୍ଲାରେ ଜଣେ ଯୁବ ସାମ୍ବାଦିକଙ୍କ ଜୀବନ ନେଇଛି କରୋନା । ତାଙ୍କ ନାଁ ରତିକାନ୍ତ ବଳ । ଘର ବଡ଼ଚଣା ବ୍ଲକ ଅନ୍ତର୍ଗତ ନଳିପୁର ଗାଁରେ । ୩୮ ବର୍ଷୀୟ ରତିକାନ୍ତ କରୋନା ସହ ଲଢ଼ି ଜୀବନ ଯୁଦ୍ଧରେ ହାରିଗଲେ । ୧୦ ଦିନ ତଳେ ସେ କରୋନା ସଂକ୍ରମିତ ହୋଇଥିଲେ । ପ୍ରଥମମେ ଟାଟା କୋଭିଡ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଅବସ୍ଥା ସଂକଟାପନ୍ନ ହେବାରୁ ଭୁବନେଶ୍ୱର ସ୍ଥାନାନ୍ତର ବେଳେ ଅଧାବାଟରେ ପ୍ରାଣବାୟୁ ଉଡ଼ିଯାଇଥିଲା । ରତିକାନ୍ତ ଏବେ ଏକାମ୍ର ଟିଭିରେ କାର୍ୟ୍ୟରତ ଥିଲେ ।
BREAKING NEWS
- ଆନ୍ତର୍ଜାତୀୟ ସ୍ତରରେ ସଫଳତା ପାଇଁ ଓଡ଼ିଶାର କ୍ରୀଡ଼ାବିତ୍ଙ୍କୁ ସମ୍ମାନିତ କଲେ କ୍ରୀଡ଼ା ମନ୍ତ୍ରୀ
- ଝିଅ ବେକରେ ଛୁରୀ ଲଗେଇ କାଉନସିଲରଙ୍କ ଘରୁ ଲୁଟ୍
- ଦର୍ଶକଙ୍କ ଉଡ଼ାଇବ ହୋସ୍ ଓଡ଼ିଆ ହରର ଥ୍ରୀଲର ଫିଲ୍ମ ‘ମିଡ୍ ନାଇଟ’; ଏହି ଦିନ ପରଦାକୁ ଆସିବ
- ବିଶ୍ୱ ବ୍ୟାଙ୍କ ଠାରୁ ଋଣ କରିବାକୁ ଚାହୁଁଛନ୍ତି କି ରାଜ୍ୟ ସରକାର: ବିଜେଡି
- ୨୧ ଫେରିବାଲାଙ୍କୁ ବାନ୍ଧିଲା ପୋଲିସ; ୧୦୬୬ ମୋବାଇଲ ସହ ଅଳଙ୍କାର,ବାଇକ୍ ଜବତ
- ୩ ବରିଷ୍ଠ ଆଇଏଏସଙ୍କୁ ପଦୋନ୍ନତି ଦେଲେ ଓଡ଼ିଶା ସରକାର
- ଅଷ୍ଟ୍ରେଲିଆନ ଓପନ ଟେନିସ: ର୍ୟାବକିନା ଜିତିଲେ ମହିଳା ସିଙ୍ଗଲ୍ସ ଟାଇଟଲ
- ଇରାନରେ ଜୋରଦାର ବିସ୍ଫୋରଣ; ପୋର୍ଟ ଓ ଆବାସିକ କୋଠା କ୍ଷତିଗ୍ରସ୍ତ…
- ୧୦ ବିଭାଗର ୧୨ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁର; ନିର୍ମାଣ ହେବ ପ୍ରତିରକ୍ଷା ଏବଂ ଏରୋସ୍ପେସ ସାମଗ୍ରୀ
- ମୋଦିଙ୍କ ଗସ୍ତ ପୂର୍ବରୁ ବୋମା ଧମକ, ଆଲର୍ଟରେ ପ୍ରଶାସନ…
Comments are closed.