ଭୁବନେଶ୍ୱର: ନିଷ୍ଠୁର କରୋନା ଓଡ଼ିଶାରୁ ଆଉ ଦୁଇ ଜଣ ସାମ୍ବାଦିକଙ୍କ ଜୀବନ ନେଇଛି । ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ର ବରିଷ୍ଠ ସାମ୍ବାଦିକ କୈଳାସ ସାହୁଙ୍କର ଅକାଳ ବିୟୋଗ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୭୫ ବର୍ଷ ହୋଇଥିଲା । ଗତକିଛି ଦିନ ତଳେ କୈଳାସ କରୋନାରେ ସଂକ୍ରମିତ ହୋଇଥିଲେ । ସେ ପାଟଣାଗଡ ସାମ୍ୱାଦିକ ସଂଘର ସଭାପତି ଥିଲେ । ପୂର୍ବରୁ ବଲାଙ୍ଗିର ସାମ୍ୱାଦିକ ସଂଘର ପୂର୍ବତନ ସଭାପତି ଥିଲେ କୈଳାସ । ୧୨ ବର୍ଷ ଧରି ଧରିତ୍ରୀରେ ସାମ୍ୱାଦିକ ଭାବେ କାର୍ୟ୍ୟ କରିଥିବା ବେଳେ ବର୍ତ୍ତମାନ ପ୍ରଗତିବାଦୀରେ କାର୍ୟ୍ୟରତ ଥିଲେ କୈଳାସ । ତାଙ୍କର ତିନୋଟି ପୁଅ ଓ ଗୋଟିଏ ଝିଅ ଅଛନ୍ତି ।
ଯାଜପୁରର ଯୁବ ସାମ୍ବାଦିକଙ୍କ ଅକାଳ ବିଯୋଗ
ସେହିପରି ଯାଜପୁର ଜିଲ୍ଲାରେ ଜଣେ ଯୁବ ସାମ୍ବାଦିକଙ୍କ ଜୀବନ ନେଇଛି କରୋନା । ତାଙ୍କ ନାଁ ରତିକାନ୍ତ ବଳ । ଘର ବଡ଼ଚଣା ବ୍ଲକ ଅନ୍ତର୍ଗତ ନଳିପୁର ଗାଁରେ । ୩୮ ବର୍ଷୀୟ ରତିକାନ୍ତ କରୋନା ସହ ଲଢ଼ି ଜୀବନ ଯୁଦ୍ଧରେ ହାରିଗଲେ । ୧୦ ଦିନ ତଳେ ସେ କରୋନା ସଂକ୍ରମିତ ହୋଇଥିଲେ । ପ୍ରଥମମେ ଟାଟା କୋଭିଡ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଅବସ୍ଥା ସଂକଟାପନ୍ନ ହେବାରୁ ଭୁବନେଶ୍ୱର ସ୍ଥାନାନ୍ତର ବେଳେ ଅଧାବାଟରେ ପ୍ରାଣବାୟୁ ଉଡ଼ିଯାଇଥିଲା । ରତିକାନ୍ତ ଏବେ ଏକାମ୍ର ଟିଭିରେ କାର୍ୟ୍ୟରତ ଥିଲେ ।
BREAKING NEWS
- Puri Municipality: ଶ୍ରୀଗୁଣ୍ଡିଚା ଓ ବାହୁଡ଼ା ଯାତ୍ରାରେ ବଡ଼ଦାଣ୍ଡରେ ରନ୍ଧାଖାଦ୍ୟ ମନା..
- West Asia Conflict: ୫ଭାରତୀୟଙ୍କ ମୃତ୍ୟୁ, ଜଣେ ଏବେ ବି ନିଖୋଜ:ବୈଦେଶିକ ମନ୍ତ୍ରଣାଳୟ
- ଆନ୍ତର୍ଜାତୀୟ କ୍ରିକେଟରେ ୫ ବର୍ଷ ପୂରଣ କଲେ ସୂର୍ଯ୍ୟକୁମାର
- ଶ୍ରୀଲଙ୍କା, ଆୟର୍ଲାଣ୍ଡ ବିପକ୍ଷରେ ଟିମ ଇଣ୍ଡିଆ ଖେଳିପାରେ ଟି୨୦ ସିରିଜ
- Prison Death:ଜେଲ୍ ଭିତରେ କଏଦୀର ଝୁଲନ୍ତା ମୃତଦେହ ଉଦ୍ଧାର; ହତ୍ୟା ଅଭିଯୋଗ ଆଣିଲେ ପରିବାର
- ନବୀନଙ୍କ ଆରୋପ ‘ଘୋଡା ବେପାର କରୁଛି ବିଜେପି’, କଡା ଉତ୍ତର ରଖିଲେ ଜୟନାରାୟଣ
- ରାଜ୍ୟରେ ଯଦି କଂଗ୍ରେସର ସ୍ଥିତି ଏପରି ହୋଇଛି ସେଥିପାଇଁ କେବଳ ବିଜେଡି ଦାୟୀ: ସୋଫିଆ
- ଗତକାଲି ୨ ଝିଅଙ୍କୁ କୂଅରେ ଫିଙ୍ଗି ହତ୍ୟା କରିଥିଲା ମାଆ: ଆଜି ଝୁଲନ୍ତା ଅବସ୍ଥାରେ ମାଆର ମୃତଦେହ ଉଦ୍ଧାର
- ଡ଼ ମାୟାଧର ମାନସିଂହଙ୍କୁ ଉପେକ୍ଷା ଓ ନନ୍ଦଳାକୁ ଅବହେଳା କରିବା ସରକାରଙ୍କ ହୀନମନ୍ୟତା: ବିଜେଡି
- Surcharge: ୧୩୦୦ ଟଙ୍କା ପର୍ଯ୍ୟନ୍ତ ମହଙ୍ଗା ହେବ ଏହି ବିମାନ ଟିକେଟ୍
Comments are closed.