Latest Odisha News

BREAKING NEWS

Debrigarh Wildlife Sanctuary: ଦେବ୍ରିଗଡ ଅଭୟାରଣ୍ୟକୁ ଆସିବେ ଆଉ ଦୁଇ ବାଘ: ମନ୍ତ୍ରୀ

ଭୁବନେଶ୍ୱର: ଶିମିଳିପାଳ ପରେ ଏବେ ବରଗଡ଼ ଓ ସମ୍ବଲପୁର ଜିଲ୍ଲାକୁ ବ୍ୟାପିଥିବା ଦେବ୍ରିଗଡ ଅଭୟାରଣ୍ୟରେ ବୃଦ୍ଧି ହେବ ବାଘ ସଂଖ୍ୟା । ଅଭୟାରଣ୍ୟକୁ ଆସିବେ ୨ଟି ନୂଆ ବାଘ । ଏନେଇ ସୂଚନା ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଷରାମ ସିଂ ଖୁଣ୍ଟିଆ ।

ସେ କହିଛନ୍ତି ଯେ, ନ୍ୟାସନାଲ ଟାଇଗର କନଜରଭେସନ ସହ ଆମେ ଯୋଗାଯୋଗରେ ଅଛୁ । ଭବିଷ୍ୟତରେ ବାଘ ଆଣିବା ନେଇ ଯୋଜନା ରହିଛି । ଦେବ୍ରିଗଡ଼ରେ ବ୍ୟାଘ୍ର ଆଣିବା ପାଇଁ ସ୍ଥାନୀୟ ଲୋକଙ୍କ ସହଯୋଗ ଦରକାର ରହିଛି । ଆମେ ସେମାନଙ୍କ ସହ ଆଲୋଚନା ଜାରି ରଖିଛୁ ବୋଲି ମନ୍ତ୍ରୀ କହିଛନ୍ତି । ।

ପୂର୍ବରୁ ଶିମିଳିପାଳକୁ ଯମୁନା ଏବଂ ଜିନତକୁ ଅଣାଯାଇଥିଲା । ହେଲେ ଏ ପର୍ଯ୍ୟନ୍ତ ବଂଶବୃଦ୍ଧିରେ ଆମକୁ ସଫଳତା ମିଳିପାରିନି । ସେମାନେ ସୁରକ୍ଷିତ ଅଛନ୍ତି । ବଂଶବୃଦ୍ଧି ନେଇ ଭାଗ୍ୟ ଆମକୁ ସାଥ ଦେଇନି । ବଂଶବୃଦ୍ଧି ନେଇ ପ୍ରୟାସ ଜାରି ରହିଛି । ଜିପିଏସ ଟ୍ରାକିଂ କରାଯାଉଛି । କ୍ୟାମେରା ମାଧ୍ୟମରେ ମନିଟରିଂ ମଧ୍ୟ ଜାରି ରହିଛି ବୋଲି ମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.