ପୋଲସରା: ଦୁଇଟି ବଳଦ ବଜ୍ରାଘାତରେ ଜିଅନ୍ତା ପୋଡି ମାରିଯାଇଛନ୍ତି । ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ଗଂଜାମ ଜିଲ୍ଲା ପୋଲସରା ବ୍ଲକ ଅନ୍ତର୍ଗତ ଢୁଙ୍କାପଡା ଗ୍ରାମରେ । ସୂଚନାନୁସାରେ, ଢୁଙ୍କାପଡା ଗ୍ରାମର ବୃନ୍ଦାବନ ଦାସଙ୍କ ଦୁଇ ବଳଦ ତାଙ୍କ ଗୁହାଳ ମଧ୍ୟରେ ଥିଲେ । ଶନିବାର ଅପରାହ୍ନରେ ପ୍ରବଳ ବର୍ଷା ସହ ବଜ୍ରପାତ ହୋଇଥିଲା । ବଜ୍ରପାତରେ ଚାଳ ଛପର ଗୁହାଳ ଘରେ ହଠାତ୍ ନିଆଁ ଲାଗିଯାଇଥିଲା । ଦେଖୁଦେଖୁ ନିଆଁ କରାଳ ରୂପ ଧାରଣ କଲା । ଏହି ନିଆଁରେ ଗୁହାଳ ଘରେ ଥିବା ଦୁଇ ବଳଦ ଜୀବନ ଦଗ୍ଧ ହୋଇଥିବା ସୂଚନା ମିଳିଛି । ଏହି ଘଟଣାଟି ଅତ୍ୟନ୍ତ ହୃଦୟ ବିଦାରକ ହୋଇଥିବା ବେଳେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ଚାଷ କରି ପେଟ ପୋଷୁଥିବା ବୃନ୍ଦାବନ ଦାସ ଦୁଇଟି ବଳଦକୁ ହରାଇ ସର୍ବସ୍ୱନ୍ତ ହୋଇ ପଡିଛନ୍ତି । ବୃନ୍ଦାବନଙ୍କୁ ସରକାରୀ ସାହାଯ୍ୟ ଏବଂ ସହଯୋଗ ଯୋଗାଇ ଦେବାକୁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା। ।
BREAKING NEWS
- ଅପରେସନ ଚକ୍ର ଅଭିଯାନ: ବ୍ରାଉନସୁଗାର ଓ କୋରେକ୍ସ ବିକ୍ରି ଅଭିଯୋଗରେ ବନ୍ଧା ହେଲେ ଅନେକ
- ଜୁଆ ଆଡ୍ଡାରେ ଅତର୍କିତ ଚଢାଉ; ୭.୭୦ ଲକ୍ଷ ଜବତ ସହ ୮ ଗିରଫ
- ରବି ଶାସ୍ତ୍ରୀ ହୋଇ ପାରନ୍ତି ଇଂଲଣ୍ଡ କୋଚ !
- ହସ୍ତିନାପୁର ଉପରେ ଦ୍ରୌପଦୀଙ୍କ ଅଭିଶାପ ପଡ଼ିଛି; କାହିଁକି ଏଭଳି କହିଲେ ଯୋଗୀଙ୍କ ମନ୍ତ୍ରୀ
- ଘର ବାହାରେ ଖରାରେ ବସିଥିବା ବେଳେ ଚଢ଼ିଗଲା ଟ୍ରାକ୍ଟର; ଶିଶୁ ମୃତ,ମାଆ ଗୁରୁତର
- ରୋହିତ, କୋହଲିଙ୍କ ପରି ଖେଳାଳିଙ୍କ ଉପରେ ଚାପ ପକାଇ କଣ ପାଇଲା ବିସିସିଆଇ
- ରଜନୀକାନ୍ତ ଫିଲ୍ମରେ ହେବ ଶାହାରୁଖଙ୍କ ଏଂଟ୍ରି
- ସୋସିଆଲ ମିଡ଼ିଆ ବ୍ୟବହାର କରିପାରିବେ ସେନା, ହେଲେ ଲାଇକ ଓ କମେଣ୍ଟ କଟକଣା…
- Rahman Returns:୧୭ ବର୍ଷ ପରେ ଫେରିଲେ ତାରିକ୍ ରହମାନ, ଏହି କାରଣ ପାଇଁ ଛାଡ଼ିଥିଲେ ଜନ୍ମମାଟି…
- ଡନ ୩ରୁ ରଣବୀରଙ୍କୁ ବାହାର କରାଯାଇଛି !
Comments are closed.