Latest Odisha News

BREAKING NEWS

ଜୁଲାଇ ୩୧ ଯାଏଁ ବଢ଼ିଲା ଏହିସବୁ ରାଜ୍ୟର ଲକଡାଉନ ଅବଧି

ନୂଆଦିଲ୍ଲୀ: ମହାମାରୀ କରୋନା ପାଇଁ ଲାକଡାଉନ ସାରାଦେଶ । ଜୁନ ୩୦ ରେ ଶେଷ ହେବାକୁ ଯାଉଛି ଏହି ଲକ୍‌ଡାଉନ୍‌ ୫.୦ । ଲକ୍‌ଡାଉନ ସତ୍ତ୍ୱେ ଦେଶରେ ସଂକ୍ରମଣ ବଢ଼ିବାରେ ଲାଗିଛି । ଧୀରେଧିରେ ଏହା ନିୟନ୍ତ୍ରଣ ବାହାରକୁ ଯିବାରେ ଲାଗିଛି। ଦେଖୁଦେଖୁ ଏହି ସଂକ୍ରମଣ ୫ ଲକ୍ଷ ଟପିଲାଣି ।ତେବେ ଲାକଡାଉନ ୫.୦ ଶେଷ ହେବାକୁ ଥିବା ବେଳେ ପୁଣିଥରେ ଏହାର ଅବଧି ବୃଦ୍ଧି ହେବ କି ନାହିଁ ସେନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଘୋଷଣା କରାଯାଇନାହିଁ। କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା ନକରି କିଛି ରାଜ୍ୟ ଆସନ୍ତା ଜୁଲାଇ ୩୧ ଯାଏଁ ଏହି ଲକଡାଉନ ଅବଧିକୁ ବୃଦ୍ଧି କରାଇଛନ୍ତି ।

ଏହି ରାଜ୍ୟ ଗୁଡିକ ହେଉଛି ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ତାମିଲନାଡୁ ଓ ଦିଲ୍ଲୀ । ପ୍ରଥମେ ପଶ୍ଚିମବଙ୍ଗ ସରକାର ଜୁଲାଇ ୩୧ ପର୍ଯ୍ୟନ୍ତ ଲକ୍‌ଡାଉନ୍ ଅବଧି ବୃଦ୍ଧି କରିଥିଲେ । ଏହାପରେ ଝାଡ଼ଖଣ୍ଡ ସରକାର ମଧ୍ୟ ଜୁଲାଇ ୩୧ ପର୍ଯ୍ୟନ୍ତ ଲକ୍‌ଡାଉନ୍ ଅବଧି ବୃଦ୍ଧି କରିଛନ୍ତି। ଅନ୍ୟପକ୍ଷରେ ତାମିଲନାଡୁରେ ସବୁଠାରୁ ଅଧିକ ସଂକ୍ରମିତ ହୋଇଥିବା ଜିଲ୍ଲାଗୁଡିକରେ ଲକ୍‌ଡାଉନ୍ ଅବଧି ବୃଦ୍ଧି ହୋଇଥିବା ସୂଚନା ମିଳୁଛି। ସେହିପରି ସଂକ୍ରମଣରେ ଚାଇନାକୁ ଟପିଯାଇଥିବା ଦିଲ୍ଲୀରେ ମଧ୍ୟ ଜୁଲାଇ ୩୧ ପର୍ଯ୍ୟନ୍ତ ସ୍କୁଲ, କଲେଜ ବନ୍ଦ ରହିବ ବୋଲି ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି।

Leave A Reply

Your email address will not be published.