Latest Odisha News

BREAKING NEWS

ସ୍ୱଉଦ୍ୟମରେ ନିଜ ଅଞ୍ଚଳରେ ସିସିଟିଭି ଲଗାଇଲେ ସ୍ଥାନୀୟ ଲୋକେ

ବ୍ରହ୍ମପୁର: ଲକଡାଉନରେ ବଢୁଛି ଚୋରି ଡକାୟତି ମାମଲା । ବାରମ୍ବାର ଅଭିଯୋଗ ପରେ ମଧ୍ୟ ଶୁଣୁନି ପ୍ରଶାସନ । ସରକାରୀ ସହାୟତାକୁ ଅପେକ୍ଷା ନକରି ନିଜ ଅଞ୍ଚଳର ସୁରକ୍ଷା ପାଇଁ ଆଗେଇ ଆସିଛନ୍ତି ସାହି ବାସିନ୍ଦା ।

ମିଳିଥିବା ସୂଚନା ଅନୁସାରେ, ବ୍ରହ୍ମପୁର ସହରର ନେହୁରୁ ନଗର ୯ମ ଲାଇନର ସମସ୍ତ ସାହି ବାସିନ୍ଦା ନିଜସ୍ୱ ଖର୍ଚ୍ଚ, ଉଦ୍ୟମ ଓ ସହଯୋଗରେ ସାହିରେ ୭ଟି ସିସିଟିଭି ଲଗାଯାଇଛି l ଏହି କାଯ୍ୟକ୍ରମକୁ ହନୁମାନ ମନ୍ଦିର ପ୍ରାଙ୍ଗଣରେ ଗୋସାଇଁ ନୂଆଗାଁ ଥାନାଧିକାରୀ ସୁମିତ ସୋରେନ ଯୋଗଦେଇ ଉଦଘାଟନ କରିଛନ୍ତି ।
ତେବେ ଲକ ଡାଉନ ସମୟରେ ବ୍ରହ୍ମପୁରର ବିଭିନ୍ନ ଅଞ୍ଚଳରେ ଚୋରି, ଡକାୟତ ଆଦି ବିଭିନ୍ନ ଅପରାଧିକ ମାମଲା ବଢ଼ି ଚାଲିଛି । ବାରମ୍ବାର ଅଭିଯୋଗ ସତ୍ତ୍ୱେ ଆଶାନୁରୂପକ ଫଳ ମିଳୁନାହିଁ। ତେବେ ସମସ୍ତ କାର୍ଯ୍ୟ ପ୍ରଶାସନ ଉପରେ ନଛାଡି ନିଜ ସମସ୍ୟାର ସମାଧାନ ପାଇଁ ଏକଜୁଟ ହୋଇଛନ୍ତି ସ୍ଥାନୀୟ ଲୋକେ । ବାରମ୍ବାର ଘଟୁଥିବା ଏହି ଅପରାଧିକ ମାମଲାକୁ ଆଖି ଆଗରେ ରଖି ନେହୁରୁ ନଗର ବାସିନ୍ଦା ମାନେ ସୁରକ୍ଷା ପାଇଁ ନିଜ ଅଞ୍ଚଳରେ ଲଗାଇଛନ୍ତି ୭ ଟି ସିସିଟିଭି । ଏହା ପ୍ରତ୍ୟେକ ବ୍ୟକ୍ତି ଓ ଘଟଣା ଉପରେ ଟିକନିକ ନଜର ରଖିବ ବୋଲି କୁହାଯାଇଛି । ଏହାଦ୍ବାରା ଅପରାଧ କମିବା ନେଇ ଆଶାଥିବା କହିଛିନ୍ତି ସ୍ଥାନୀୟ ଲୋକେ । ନିଜର ଏହି ପ୍ରଚେଷ୍ଟା ପାଇଁ ସାହି ବାସିନ୍ଦାଙ୍କୁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟୁଛି l

Leave A Reply

Your email address will not be published.