Latest Odisha News

ବେଆଇନ ଗଞ୍ଜେଇ ଚାଲାଣ ଅଭିଯୋଗରେ ୨ ଗିରଫ

ଭୁବନେଶ୍ୱର: ବେଆଇନ ଗଞ୍ଜେଇ ଚାଲାଣ କରୁଥିବା ଅଭିଯୋଗରେ ୨ଜଣ ଅଭିଯୁକ୍ତକଙ୍କୁ କାବୁ କରିବାରେ ସକ୍ଷମ ହେଲା ଭରତପୁର ଥାନା ପୋଲିସ। ସୂଚନା ଅନୁସାରେ ଆଜି ପ୍ରାତଃ ସମୟରେ ବିଶେଷ ସୂତ୍ରରୁ ହସ୍ତଗତ ହୋଇଥିବା ସୂଚନା ଆଧାରରେ ଭରତପୁର ଥାନାଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ସମ୍ପୃକ୍ତ ଥାନାର ଏକ ସ୍ପେଶାଲ ଟିମ ଆଇଜିକେସି ହସ୍ପିଟାଲ ସନ୍ନିକଟ ଘାଟିକିଆ ସର୍ଭିସ ରୋଡ଼ରେ ଅତର୍କିତ ଚଢଉ କରଥିଲା। ଏକ ବୋଲେରୋ ଗାଡିରେ କନ୍ଧମାଳ ଅଞ୍ଚଳରୁ ଭୁବନେଶ୍ବର ସହରକୁ ବେଆଇନ ଗଞ୍ଜେଇ ଚାଲାଣ କରୁଥିଲେ ୨ ବ୍ୟକ୍ତି।

ପୋଲିସ ତଲାସି ସମୟରେ ଉକ୍ତ ବୋଲେରୋ ଗାଡ଼ିରୁ ମୋଟ ୨୧.୫ କେଜି ଓଜନର ଗଞ୍ଜେଇ ଜବତ କରିଥିଲେ । ତଦନ୍ତ ସମୟରେ ଉଭୟ ଅଭିଯୁକ୍ତ, ଏହି ଗଞ୍ଜେଇକୁ କନ୍ଧମାଳ ଅଞ୍ଚଳରୁ ସଂଗ୍ରହ କରି ଭୁବନେଶ୍ବର ସହରରେ ବିକ୍ରି କରିବା ଲାଗି ଆଣୁଥିବା କଥା ସ୍ଵୀକାର କରିଥିଲେ । ଏହି ଘଟଣାକୁ କେନ୍ଦ୍ରକରି ଭରତପୁର ଥାନା ପୋଲିସ ଏକ ବେଆଇନ ଗଞ୍ଜେଇ ବିକ୍ରୟ ଜନିତ ମାମଲା ରୁଜୁ କରିବା ସହିତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।

Comments are closed.