ଭୁବନେଶ୍ୱର: ପୁଣି ରାଜଧାନୀରେ ଆତଙ୍କରାଜ । ଭୁବନେଶ୍ବର ଧଉଳି ଥାନା ଲିଙ୍ଗିପୁର ଛକରେ ସାମାନ୍ୟ ବଚସାକୁ ନେଇ ଭୁଜାଲି ମାଡ ହୋଇଛି । ଗାଡି ପାର୍କିଂ ନେଇ ବଚସା ବେଳେ ୨ ଜଣଙ୍କୁ ଭୁଜାଲି ମାଡ କରାଯାଇଥିବା ଅଭିଯୋଗ ହୋଇଛି । ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଖବର ମୁତବାକ, ଘର ଆଗରେ ବାଇକ ରଖାଯାଇଥିବାରୁ ବାଇକଟି କାଢିଲେ କାର ବାହାରକୁ ବାହାର କରିବା କଥା କହିବାରୁ ବଚସା ହୋଇଥିଲା । ଏହାପରେ ଉତ୍ତେକ୍ତ ହୋଇ ୮ରୁ ୧୦ଜଣ ବ୍ୟକ୍ତି ସେହି କାରଟିକୁ ବାଡେଇ ଭାଙ୍ଗି ଦେଇଛନ୍ତି । ଏହି ଗଣ୍ଡଗୋଳରେ କାରଟିର କାଚ ଭାଙ୍ଗିବା ସହ ଥଣ୍ଡା ବୋତଲରେ ଆକ୍ରମଣ ହୋଇଥିବା ସୂଚନା ମିଳିଛି । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଯେଉଁ ବ୍ୟକ୍ତିମାନେ ଆକ୍ରମଣ କରିଛନ୍ତି ସେମାନେ ନିକଟରେ ଜେଲରୁ ଫେରିଥିବା ସୂଚନା ମିଳିଛି ।
Comments are closed.