Latest Odisha News

BREAKING NEWS

ସେଲଫ୍‌ କ୍ୱାରେଣ୍ଟାଇନରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମହାନିର୍ଦ୍ଦେଶକ

ଜେନେଭା: ଜଣେ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିବା ପରେ ସେଲଫ୍‌ କ୍ୱାରେଣ୍ଟାଇନରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମହାନିର୍ଦ୍ଦେଶକ ଟେଡ୍ରୋସ୍ ଆଡାନୋମ୍ ଘେବ୍ରିୟସ । ଗତକାଲିଠାରୁ ସେ ନିଜକୁ ପୃଥକବାସରେ ରଖିଥିବା ନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି WHO ମହାନିର୍ଦ୍ଦେଶକ ।

ସେ ଟ୍ୱିଟ୍ କରି ଲେଖିଛନ୍ତି, ସେ କୋଭିଡ୍ ପଜିଟିଭ୍ ଥିବା ଜଣେ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଛନ୍ତି । ଏବେ ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି ଓ ତାଙ୍କ ପାଖରେ କିଛି ଲକ୍ଷଣ ନାହି । କିନ୍ତୁ ବିଶ୍ଵ ସ୍ୱାସ୍ଥ୍ୟ ସଙ୍ଗଠନର ପ୍ରୋଟୋକଲ୍ ଅନୁସାରେ ନିଜକୁ ସେଲଫ୍‌ କ୍ୱାରେଣ୍ଟାଇନ୍ କରୁଛନ୍ତି । ପୃଥକବାସରେ ସେ ଘରୁ କାମ କରିବେ ବୋଲି କହିଛନ୍ତି ।

WHO ମହାନିର୍ଦ୍ଦେଶକ ଟେଡ୍ରୋସ୍ ଆହୁରି କହିଛନ୍ତି ଯେ, ମହାମାରୀ ମଧ୍ୟରେ ସ୍ୱାସ୍ଥ୍ୟ ନିର୍ଦ୍ଦେଶାନାମା ପାଳନ କରିବା ଜରୁରୀ । କରୋନା କାଳରେ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନର ସହକର୍ମୀଙ୍କ ସହ ମିଶି ବିଶ୍ଵର ସମସ୍ତ ଜନସାଧାରଣଙ୍କ ଜୀବନ ରକ୍ଷା ତଥା ଲୋକଙ୍କୁ ସୁରକ୍ଷା ଦେବାକୁ ସହଭାଗୀ ଭାବେ କାମ ଜରି ରଖିବେ ।

Leave A Reply

Your email address will not be published.