Latest Odisha News

BREAKING NEWS

ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଟୁ ପ୍ଲସ ଟୁ ମନ୍ତ୍ରୀସ୍ତରୀୟ ଆଲୋଚନା, ଦିଲ୍ଲୀ ପହଞ୍ଚିଲେ ଅଷ୍ଟ୍ରେଲିଆ ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଟୁ ପ୍ଲସ ଟୁ ମନ୍ତ୍ରୀସ୍ତରୀୟ ବାର୍ତ୍ତା। ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ନଭେମ୍ବର ୨୦ ଅର୍ଥାତ୍‌ ସୋମବାର ଦ୍ୱିତୀୟ ଟୁ ପ୍ଲସ ଟୁ ମନ୍ତ୍ରୀସ୍ତରୀୟ ଆଲୋଚନା ଅନୁଷ୍ଠିତ ହେବ। ଯେଉଁଥିରେ ଅଷ୍ଟ୍ରେଲିଆ ବୈଦେଶିକ ମନ୍ତ୍ରୀ ପେନି ୱଙ୍ଗ ସୋମବାର ସକାଳେ ଦିଲ୍ଲୀରେ ପହଞ୍ଚିଛନ୍ତି। ତାଙ୍କୁ ନୂଆଦିଲ୍ଲୀର ପାଲାମ ବାୟୁସେନା ଷ୍ଟେଶନରେ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ନୂଆଦିଲ୍ଲୀରେ ଅଷ୍ଟ୍ରେଲୀୟ ପ୍ରତିପକ୍ଷଙ୍କ ସହ ମନ୍ତ୍ରୀ ସ୍ତରୀୟ ଆଲୋଚନାରେ ସହ-ଅଧ୍ୟକ୍ଷତା କରିବେ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସହ ମନ୍ତ୍ରୀସ୍ତରୀୟ ଆଲୋଚନା ପାଇଁ ଅଷ୍ଟ୍ରେଲିଆର ଉପମୁଖ୍ୟମନ୍ତ୍ରୀ ତଥା ପ୍ରତିରକ୍ଷା ମନ୍ତ୍ରୀ ରିଚାର୍ଡ ମାର୍ଲେସ ଭାରତ ଗସ୍ତରେ ଆସିବେ। ଆଜି ପ୍ରତିରକ୍ଷା ସହଯୋଗ ଉପରେ ଦ୍ୱିପାକ୍ଷିକ ବୈଠକ ପରେ ମାର୍ଲେସ୍ ଏବଂ ରାଜନାଥ ସିଂଙ୍କ ମଧ୍ୟରେ ଟୁ ପ୍ଲସ ଟୁ ଆଲୋଚନା ହେବ।

ଭାରତ ଏବଂ ଅଷ୍ଟ୍ରେଲିଆ ଏକ ବ୍ୟାପକ ରଣନୀତିକ ଭାଗିଦାରୀ ଅନୁସରଣ କରୁଛନ୍ତି ଏବଂ ମାର୍ଲେସଙ୍କ ଗସ୍ତ ଦ୍ୱିପାକ୍ଷିକ ପ୍ରତିରକ୍ଷା ସହଯୋଗରେ ଅଧିକ ଉତ୍ସାହ ଯୋଗାଇବ ବୋଲି ଆଶା କରାଯାଉଛି। ଟୁ ପ୍ଲସ ଟୁ ଆଲୋଚନା ଏବଂ ଦ୍ୱିପାକ୍ଷିକ ପ୍ରତିରକ୍ଷା ମନ୍ତ୍ରୀଙ୍କ ବୈଠକରେ ଦୁଇ ଦେଶ ପାଇଁ ପାରସ୍ପରିକ ସ୍ୱାର୍ଥର ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହେବାର ଆଶା କରାଯାଉଛି।

Leave A Reply

Your email address will not be published.