Latest Odisha News

BREAKING NEWS

ଶିକାରୀଙ୍କ ଗୁଳିରେ ବନ କର୍ମଚାରୀ ଗୁରୁତର

ବାଲେଶ୍ୱର: ଶିକାରୀଙ୍କ ଗୁଳିରେ ଦୁଇ ଜଣ ବନ କର୍ମଚାରୀ ଗୁରୁତର ହୋଇଛନ୍ତି । ଏଥିସହ ଜଣେ ବନ କର୍ମଚାରୀ ଆହତ ହୋଇଛନ୍ତି । ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା  ପଞ୍ଚଲିଙ୍ଗେଶ୍ୱର ବିଟ୍ ଅଞ୍ଚଳରେ ।

ସୂଚନାଅନୁସାରେ, ଗତକାଲି ବିଳମ୍ୱିତ ରାତିରେ ବନ କର୍ମଚାରୀ ଓ ଶିକାରୀ ମୁହାଁମୁହିଁ ହେଇଥିଲେ । ବନ କର୍ମଚାରୀ ପାଟ୍ରୋଲିଂ କରିବା ବେଳେ ଶିକାରୀମାନେ ତାଙ୍କ ଉପରକୁ  ଗୁଳିମାଡ଼ କରିଥିଲେ । ଏଥିରେ ୩ ଜଣ ବନ କର୍ମଚାରୀ ଆହତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି ।

ଏହି ଘଟଣାରେ କୁଳଡିହା ବନ ବିଭାଗ ୨ ଜଣ ଶିକାରୀଙ୍କୁ ଗିରଫ କରିଛି ।  ଗିରଫ ଶିକାରୀ ହେଲେ ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳର କଣ୍ଟାବଣିଆ ଗାଁର ଗୁନ ସିଂ (୩୦) ଓ ବାଲେଶ୍ୱର ଜିଲ୍ଲା ବରମପୁର ଅଞ୍ଚଳର ସନିଆ ସିଂ (୪୦) । ସେମାନଙ୍କ ଠାରୁ ଦୁଇଟି ଦେଶୀ ବନ୍ଧୁକ ଜବତ କରାଯାଇଛି । ଏହାସହ ବନ ବିଭାଗ ପକ୍ଷରୁ ଘଟଣାର ତଦନ୍ତ କରାଯାଉଛି ।

 

Leave A Reply

Your email address will not be published.