Latest Odisha News

BREAKING NEWS

ପ୍ଲାଜମା ଦାନ କଲେ ଓଡ଼ିଶା ଅଗ୍ନିଶମ ବାହିନୀର ଦୁଇ କର୍ମଚାରୀ

ଭୁବନେଶ୍ୱର: ଏନଡିଆରଏଫ୍ ପରେ ପ୍ଲାଜମା ଦାନ କରିଛନ୍ତି ଓଡ଼ିଶା ଅଗ୍ନିଶମ ବାହିନୀର ଦୁଇ ଜଣ କର୍ମଚାରୀ । ଆଜି କଟକ ବଡ଼ ମେଡିକାଲ ପ୍ଲାଜମା ବ୍ୟାଙ୍କରେ ସେମାନେ ପ୍ଲାଜମା ଦାନ କରିଛନ୍ତି । ସେମାନେ ହେଲେ ଆଗ୍ନିକ ସନ୍ତୋଷ ସାମଲ ଓ ଡ୍ରାଇଭର ହାବିଲଦାର ତାପସ ରାଉତ । ଚିକିତ୍ସା ପରେ ନିକଟରେ କରୋନାରୁ ସୁସ୍ଥ ହୋଇଥିଲେ ଦୁଇ କର୍ମଚାରୀ ।

ଦୁଇ କର୍ମଚାରୀଙ୍କ ଏଭଲି ମହତ କାର‌୍ୟ୍ୟ ପାଇଁ ସେମାନଙ୍କୁ ସମ୍ମାନିତ କରିଛନ୍ତି ଅଗ୍ନିଶମ ବିଭାଗ ଡିଜି ସତ୍ୟଜିତ ମହାନ୍ତି । ସେ କହିଛନ୍ତି, ଏମାନେ ଅନ୍ୟମାନଙ୍କ ପାଇଁ ପ୍ରେରଣା । ଆହୁରି ଅଧିକ ଲୋକ ଆଗକୁ ଏହି ମହତ ଅଭିଯାନରେ ନିଜକୁ ସାମିଲ କରିବେ ।

ପଶ୍ଚିମବଙ୍ଗକୁ ବାତ୍ୟା ଅମ୍ଫନର ପୁନରୁଦ୍ଧାର କାର‌୍ୟ୍ୟ ପାଇଁ ଏନଡିଆରଏଫ୍, ଅଗ୍ନିଶମ ବାହିନୀ ଏବଂ ଓଡ୍ରାଫ ଟିମ୍ ଯାଇଥିଲେ । ସେମାନଙ୍କ ମଧ୍ୟରୁ ଅନେକ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିଲେ । ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି । ଏବେ ଅନ୍ୟ ଗୁରୁତର ଆକ୍ରାନ୍ତଙ୍କ ପ୍ଲାଜମା ଦାନ କରି ସେମାନଙ୍କ ଜୀବନ ବଞ୍ଚାଇବା ପାଇଁ ଆଗେଇ ଆସିଛନ୍ତି ।

Leave A Reply

Your email address will not be published.