Latest Odisha News

BREAKING NEWS

ରାମ ମନ୍ଦିର ଭୂମିପୂଜା ମୁହୂର୍ତ୍ତକୁ ଅଶୁଭ କହିଲେ ଶଙ୍କରାଚାର୍ଯ୍ୟ

ଅଯୋଧ୍ୟା: ବହୁ ବର୍ଷ ପରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ତାରଖ ନିର୍ଦ୍ଧାରିତ ହୋଇଛି । ତେବେ ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ପାଇଁ ଶିଳାଦ୍ୟାସ ତାରିଖକୁ ନେଇ ବିବାଦ ସୃଷ୍ଟି ହୋଇଛଇ । ଶଙ୍କରାଚାର୍ଯ୍ୟ ସ୍ୱରୂପାନନ୍ଦ ସରସ୍ୱତୀ ଭୂମିପୂଜା ପାଇଁ ନିର୍ଣ୍ଣୟ ହୋଇଥିବା ମୁହୂର୍ତ୍ତକୁ ଅଶୁଭ ବୋଲି କହିଛନ୍ତି ।

ଶଙ୍କରାଚାର୍ଯ୍ୟ ସ୍ୱରୂପାନନ୍ଦ ସରସ୍ୱତୀ କହିଛନ୍ତି ଯେ, ଆମେ ରାମ ଭକ୍ତ, ମନ୍ଦିର ଯିଏ ବି ନିର୍ମାଣ କରୁ ଆମେ ପ୍ରସନ୍ନ ହେବୁ, କିନ୍ତୁ ସେଥିପାଇଁ ଉଚିତ ତିଥି ଓ ଶୁଭ ମୁହୂର୍ତ୍ତ ନିର୍ଣ୍ଣୟ ହେବା ଉଚିତ। କାରଣ ରାମମନ୍ଦିର ନିର୍ମାଣ ପାଇଁ ଭୂମିପୂଜା ଓ ଶିଳାନ୍ୟାସ ପାଇଁ ଯେଉଁ ତାରିଖ ନିର୍ଣ୍ଣୟ ହୋଇଛି ତାହା ଅଶୁଭ। ଯଦି ମନ୍ଦିର ଜନତାଙ୍କ ଦାନରେ ତିଆରି ହେଉଛି ତାହେଲେ ଜନତାଙ୍କ ମତାମତ ମଧ୍ୟ ନେବା ଉଚିତ।  ଅଗଷ୍ଟ ୫ ତାରିଖରେ ଦକ୍ଷିଣାୟନ ଭାଦ୍ରପଦ ମାସ କୃଷ୍ଣପକ୍ଷ ଦ୍ୱିତୀୟ ତିଥି ପଡ଼ୁଛି। ଶାସ୍ତ୍ରରେ ଭାଦ୍ରପଦ ମାସରେ ଗୃହ, ମନ୍ଦିର ଆଦି ଆରମ୍ଭ କାର୍ଯ୍ୟ ନିଷିଦ୍ଧ ରହିଛି । ବିଷ୍ଣୁ ଧର୍ମ ଶାସ୍ତ୍ର ଓ ନୈବଜ୍ଞ ବଲ୍ଲଭ ଗ୍ରନ୍ଥର ମଧ୍ୟ ଶଙ୍କରାଚାର୍ଯ୍ୟ ସ୍ୱରୂପାନନ୍ଦ ସରସ୍ୱତୀ ଉଦାହରଣ ଦେଇଛନ୍ତି ।

ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସଙ୍କ ଉତ୍ତରାଧିକାରୀ ମହନ୍ତ କମଳ ନୟନ ଦାସ କହିଛନ୍ତି ଯେ ଶ୍ରୀରାମଙ୍କ ମନ୍ଦିରର ଭୂମିପୂଜନ କାର୍ଯ୍ୟକ୍ରମ ୩ ଦିନ ଯାଏଁ ଚାଲିବ । ଭୂମିପୂଜନ କାର୍ଯ୍ୟକ୍ରମ ଅଗଷ୍ଟ ୩ ତାରିଖରୁ ଆରମ୍ଭ ହେବ । ଅଗଷ୍ଟ ୩ ତାରିଖରେ ପ୍ରଥମ ଦିନ ଗଣେଶ ପୂଜା, ୪ ତାରିଖରେ ରାମର୍ଚନ, ୫ ତାରିଖରେ ପ୍ରଧାନମନ୍ତ୍ରୀ ମୋଦି ମନ୍ଦିରର ଶିଳାନ୍ୟାସ କରିବେ । ଏହି ସମୟରେ କାଶୀ, ପ୍ରୟାଗରାଜ ଓ ଅଯୋଧ୍ୟାର ବୈଦିକ ବିଦ୍ୱାନ ଓ ଆଚାର୍ଯ୍ୟ ପଣ୍ଡିତଙ୍କ ଦ୍ୱାରା ମନ୍ଦିରର ଭୂମିପୂଜନ କରାଯିବ ।

Leave A Reply

Your email address will not be published.