Latest Odisha News

BREAKING NEWS

ଆମେରିକା ଗଲେ ଅଲୋଡ଼ା ଅଲିଅଳି, ରାସ୍ତାରେ ଛାଡ଼ି ଦେଇଥିଲେ ବାପାମାଆ

ଯାଜପୁର: ଭିନ୍ନକ୍ଷମ ଦୁଇ ଭଉଣୀ । ନା କିଛି କହି ପାରନ୍ତି ନା ବୁଝି ପାରନ୍ତି । ଦୁନିଆକୁ ଆସିବା ପରେ ବାପାମାଆ ନିର୍ଦ୍ଦୟ ହୋଇ ଭିନ୍ନକ୍ଷମ ଦୁଇ ଭଉଣୀଙ୍କୁ ଅଲୋଡ଼ା ଭାବେ ରାସ୍ତାରେ ଛାଡ଼ି ଦେଇଥିଲେ । ବାପାମାଆଙ୍କ ପାଇଁ ଅଲୋଡ଼ା ଦୁଇ ଭଉଣୀ ଏବେ ଆମେରିକା ଯାଉଛନ୍ତି । ଆମେରିକାର ଦମ୍ପତି ଏରିକ ଓ ପିଂଲିପ୍ ଭିନ୍ନକ୍ଷମ ଦୁଇ ଭଉଣୀଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଛନ୍ତି । ଯାହାକୁ ନେଇ ଖୁସିବ୍ୟକ୍ତ କରିଛନ୍ତି ଦମ୍ପତି ।

କୁହାଯାଏ ସମୟ ବଡ଼ ବଳବାନ । କେତେବେଳେ କାହାକୁ କୁଆଡ଼େ ନେବ ଜଣା ନଥାଏ । ସେମିତି ସମୟ ସ୍ରୋତରେ ବାପାମାଆଙ୍କ ପାଇଁ ଅଲୋଡ଼ା ୨ ଭଉଣୀ ବିଦେଶ ଯାଇଛନ୍ତି । ୪ ବର୍ଷା ହେଲା ବଡ଼ଚଣା ବୁଢ଼ାକେନ୍ଦୁଆ ସ୍ଥିତ ନେସନ ଶିଶୁ ପରିଚର୍ଯ୍ୟା କେନ୍ଦ୍ରରେ ଦୁଇ ଭିନ୍ନକ୍ଷମ ଭଉଣୀ ରହି ଆସୁଥିଲେ । ଦୁହିଁ ଭଉଣୀଙ୍କୁ ବିଦାୟ ଦେଇ ଖୁସିଥିବା ଅନ୍ତେବାସୀ ଝୁରି ହେଉଛନ୍ତି ।

ନିୟମ ଅନୁସାରେ ଉଭୟ ଶିଶୁଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପରେ ଆମେରିକୀୟ ଦମ୍ପତିଙ୍କୁ ହସ୍ତାନ୍ତର କରାଯାଇଛି । ୨୦୧୭ ମସିହା ଠାରୁ ଆଜି ପର୍ଯ୍ୟନ୍ତ ଯାଜପୁର ଜିଲାରୁ ମୋଟ ୭୩ ଜଣ ଶିଶୁଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରାଯାଇଛି । ସେଥି ମଧ୍ୟରୁ ୪ ଜଣ ବିଦେଶ ଯାଇଛନ୍ତି ।

Leave A Reply

Your email address will not be published.