Latest Odisha News

BREAKING NEWS

କାଳବୈଶାଖୀ ଆଶଙ୍କା: କଟକ ସମେତ ରାଜ୍ୟର ଏହିସବୁ ସ୍ଥାନରେ ଆଲର୍ଟ ଜାରି

ଭୁବନେଶ୍ୱର : ରାଜ୍ୟର ପ୍ରାୟ ୮ଟି ସ୍ଥାନରେ କାଳବୈଶାଖୀ ଆଶଙ୍କା ରହିଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଶନିବାର ଦିନ ପୂର୍ବାନୁମାନ କରାଯାଇଛି ।

ପାଣିପାଗ କେନ୍ଦ୍ରର ସଦ୍ୟ ରିପୋର୍ଟ ଅନୁଯାୟୀ ରାଜ୍ୟର ପ୍ରାୟ ଏହିସବୁ ଜିଲ୍ଲାରେ ଦିନ୨ଟା ପର୍ଯ୍ୟନ୍ତ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି ଓ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି ।

ବିଜ୍ଞପ୍ତି ଅନୁଯାୟୀ ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, ଖୋର୍ଦ୍ଧା ଓ କଟକ ଆଦି ସ୍ଥାନରେ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।

ଏହି ସମୟ ମଧ୍ୟରେ ପବନର ବେଗ ଘଣ୍ଟାପ୍ରତି ୩୦-୪୦ କିମି. ରହିବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.