Latest Odisha News

BREAKING NEWS

ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ ଅଭିଯୋଗରେ ଭୁବନେଶ୍ୱରର ଦୁଇ ଛାତ୍ର ଗିରଫ

ଭୁବନେଶ୍ୱର: ରାଜ୍ୟ ବାହାରୁ ଅବୈଧ ଅସ୍ତ୍ରଶସ୍ତ୍ର ଓ ଗୋଳା ବାରୁଦ ଆଣିବା ଅଭିଯୋଗରେ ଭୁବନେଶ୍ୱରର ଦୁଇ ଜଣ ଛାତ୍ର ଗିରଫ ହୋଇଛନ୍ତି । ଗିରଫ ହୋଇଥିବା ଛାତ୍ର ହେଉଛନ୍ତି ଝାରଖଣ୍ଡ ନିବାସୀ ସାନୁ ପୋଦ୍ଦାର(୨୧) ଓ ଭୁବନେଶ୍ୱରର ସୁରେଶ ପାଣିଗ୍ରାହୀ (୨୪) । ଉଭୟ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଭୁବନେଶ୍ୱରର ଏକ କଲେଜର ବିବିଏ ଛାତ୍ର ହୋଇଥିବା ଜଣାପଡିଛି ।

ମିଳିଥିବା ସୂଚନା ଅନୁସାରେ, ଓଡିଶା କ୍ରାଇମ ବ୍ରାଂଚର ସ୍ପେଶାଲ ଟାକ୍ସ ଫୋର୍ସ(ଏସଟିଏଫ) ସାନୁ ପୋଦ୍ଦାରକୁ ଗିରଫ କରି ୭.୬୫ ଏମଏମର ବନ୍ଧୁକ, ୫ଟା ମାଗାଜିନ୍ ଓ ୨୪ଟି ଗୁଳି ଜବତ କରିଛି । ଏସବୁ ପୁଣେର କିର୍କି ଗୋଳାବାରୁଦ କାରଖାନାରେ ତିଆରି ହୋଇଥିବା ଜଣାପଡିଛି । ଅଭିଯୁକ୍ତ ସୋନୁ ପୋଦ୍ଦାର ସୁରେଶ ପାଣିଗ୍ରାହୀ ପାଇଁ ଓଡିଶା ବାହାରୁ ସବୁ ଅସ୍ତ୍ରଶସ୍ତ୍ର ଆଣିଥିବା ପଚରାଉଚୁରାରୁ ଜଣାପଡିଛି । ଅସ୍ତ୍ରଶସ୍ତ୍ର ଅଧିନିୟମ ଧାରା ୨୫(ଏ) ଅଧିନରେ ଏକ ମାମଲା ରୁଜୁ ହୋଇଛି ।

Leave A Reply

Your email address will not be published.