Latest Odisha News

BREAKING NEWS

ନିର୍ବାଚନ ଆଚରଣ ବିଧି ଉଲଂଘନ ଅଭିଯୋଗରେ ଦୁଇ ଶିକ୍ଷକ ନିଲମ୍ବିତ

ନବରଙ୍ଗପୁର: ଏବେ ଚାଲିଛି ନିର୍ବାଚନୀ ମାହୋଲ। ନିର୍ବାଚନୀ କାର୍ୟରେ ସରକାରୀ କର୍ମଚାରୀ ସାମିଲ ନହେବାକୁ ଆଚରଣ ବିଧିରେ କୁହାଯାଇଥିବା ବେଳେ ଏହି ନିୟମକୁ ବାରମ୍ବାର ଉଲ୍ଲଙ୍ଘନ କରୁଛନ୍ତି କିଛି ସରକାରୀ ବାବୁ। ପୁଣି ନିର୍ବାଚନ ସଭାରେ ସାମିଲ ହେବା ପଡିଲା ମହଙ୍ଗା, ନିଲମ୍ବିତ ହେଲେ ୨ଶିକ୍ଷକ ।

ନିର୍ବାଚନ ଆଦର୍ଶ ଆଚରଣ ବିଧି ଉଲଂଘନ ଅଭିଯୋଗରେ ନବରଙ୍ଗପୁର ଜିଲ୍ଲାପାଳ ପାପଡାହାଣ୍ଡି ବ୍ଲକର ଦୁଇ ସ୍କୁଲ ଶିକ୍ଷକଙ୍କୁ ନିଳମ୍ବିତ କରିଛନ୍ତି । ଦୁଇ ନିଳମ୍ବିତ ଶିକ୍ଷକ ପିତାରିଗୁଡା ୟୁପି ସ୍କୁଲର । ଗୌତମ ଚରଣ ସାହୁ ଏବଂ ଡାବୁଗାଁ ପୂଝାରିଗୁଡା ସ୍କୁଲର ମନୋଜ କୁମାର ଭତ୍ରା । ଏହି ଦୁଇ ଶିକ୍ଷକ ରାଜନୈତିକ ଦଳର ନିର୍ବାଚନୀ ସଭାରେ ଯୋଗ ଦେଇଥିବା ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଆଧାର କରି ଜିଲ୍ଲାପାଳ ତଥା ଜିଲ୍ଲା ମୁଖ୍ୟ ନିର୍ବାଚନ ଅଧିକାରୀ ଦୁଇ ଜଣ ଶିକ୍ଷକଙ୍କୁ ନିଲମ୍ବିତ କରିଥିବା ଜଣାପଡିଛି।

 

Leave A Reply

Your email address will not be published.